Sat. Mar 7th, 2026

ବାରିପଦା: କଟାଶଛକରେ ବସ୍‌ ଓଲଟି ବହୁ ଯାତ୍ରୀ ଆହତ

295 Views

ବିଶୋଇ, ଡିସେମ୍ବର ୨୮ : ଶୁକ୍ରବାର ପ୍ରତ୍ୟୁଷରେ ବିଶୋଇ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ପାଖ କଟାଶ ଛକରେ ଗୋଟାଏ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିବାରୁ କେତେକ ଯାତ୍ରୀ ଆହତ ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ ଦୁଇ ଜଣ ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହୋଇପଡ଼ିଛି।

କଲିକତାରୁ ଦେବଗଡ଼ ଅଭିମୁଖେ ଯାଉଥିବା ‘ଅଗ୍ରଓ୍ଵାଲ୍‌’ ନାମକ ଏହି ଘରୋଇ ଯାତ୍ରୀବାହୀ ବସ୍‌ଟିରେ ୪୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ପାହାନ୍ତା ପ୍ରାୟ ୪ଟା ବେଳେ କଟାଶ ଛକ ଠାରେ କୌଣସି କାରଣରୁ ବସ୍‌ଟି ରାସ୍ତାକଡ଼କୁ ଲେଉଟି ପଡ଼ିଥିଲା।

ଦୁର୍ଘଟନା ଯୋଗୁଁ ଆହତ ହୋଇଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା କରାଇବା ନିମନ୍ତେ ବିଶୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ଆହତମାନଙ୍କ ମଧ୍ୟରୁ ରରୁଅାଁର ଜହର ବାରିକଙ୍କ ଗୋଡ଼ ଭାଙ୍ଗି ନଷ୍ଟ ହୋଇ ଯାଇଛି ଏବଂ ଅନ୍ୟ ଜଣେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ସାଙ୍ଘାତିକ ହୋଇ ପଡ଼ିଛି। ଉନ୍ନତ ଚିକିତ୍ସା ନିମନ୍ତେ ସେ ଦୁହିଁଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌କୁ ନିଆଯାଇଛି।

ବସ୍‌ରେ ବହୁ ଯାନ୍ତ୍ରିକ ତ୍ରୁଟି ଥିଲା ଏବଂ ମାଲିକ ସେଥିପ୍ରତି ଧ୍ୟାନ ନ ଦେବାରୁ ଦୁର୍ଘଟନା ଘଟିଥିବା କଥା ଯାତ୍ରୀମାନେ ଅଭିଯୋଗ କରୁଛନ୍ତି। ବିଶୋଇ ପୁଲିସ ଘଟନାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

By amfnews

Related Post