Sun. Mar 8th, 2026

ବାରିପଦାରେ ବିଦ୍ୟୁତ୍‌ ଆଘାତରେ ଦନ୍ତା ହାତୀ ମୃତ୍ୟୁ ପ୍ରସଙ୍ଗ: ଚାଲିଛି ଦୋଷ ଲଦାଲଦି

169 Views

ବାରିପଦା,୧୬/୧୧: ବାରିପଦାରେ ବିଦ୍ୟୁତ୍ ଆଘାତରେ ଦନ୍ତା ହାତୀର ମୃତ୍ୟୁ ପାଇଁ ଦାୟୀ କିଏ? ଏହାକୁ ନେଇ ବନ ବିଭାଗ ବିଦ୍ୟୁତ୍ ବିଭାଗ ଉପରେ ଦୋଷ ଲଦିଛି।

କମ୍‌ ଉଚ୍ଚରେ ବିଜୁଳି ତାର ଯାଇଥିବାରୁ ଅଘଟଣ ଘଟିଥିବା ଜଙ୍ଗଲ ବିଭାଗ ଅଧିକାରୀ କହିଛନ୍ତି।

ବାରିପଦା ବନଖଣ୍ଡ ଦେଉଳି ରେଞ୍ଜ ରଙ୍ଗିବେଢ଼ା ଜଙ୍ଗଲରେ ଦନ୍ତା ହାତୀ ମୃତ୍ୟୁ ପାଇଁ ବନ ବିଭାଗ ବିଦ୍ୟୁତ୍‌ ବିଭାଗକୁ ଦାୟୀ କରିଛି। ବିଦ୍ୟୁତ୍‌ ତାର ୪.୬ ମିଟର୍ ଉଚ୍ଚରେ ରହିବା ନିୟମ ଥିବାବେଳେ ୩ ମିଟରରୁ କମ୍‌ ଉଚ୍ଚରେ ଯାଇଥିବା ବନ ବିଭାଗ କହିଛି।

ସ୍ଥାନୀୟ ଫରେଷ୍ଟର ଏହାକୁ ନେଇ ବିଦ୍ୟୁତ୍ ବିଭାଗ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆନଯିବାରୁ ହାତୀ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି।

ଅନ୍ୟପଟେ ସ୍ଥାନୀୟ ଲୋକେ ମଧ୍ୟ ହାତୀ ମୃତ୍ୟୁ ପାଇଁ ବିଦ୍ୟୁତ୍‌ ବିଭାଗକୁ ଦାୟୀ କରିଛନ୍ତି। ଚାଷ ଜମି ସହ ହାତୀ ଚଳପ୍ରଚଳ ଅଞ୍ଚଳ ହୋଇଥିବାରୁ ବିଦ୍ୟୁତ୍ ତାର ଉଚ୍ଚତା ବଢ଼ାଇବା ପାଇଁ ସ୍ଥାନୀୟ ଲୋକେ ବାରମ୍ବାର ଜଣାଇବା ପରେ ମଧ୍ୟ ବିଦ୍ୟୁତ୍ ବିଭାଗ ଶୁଣିନଥିବା ଅଭିଯୋଗ ହୋଇଛି।

ଢେଙ୍କାନାଳରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୭ଟି ହାତୀ ପ୍ରାଣ ହରାଇବା ପରେ ବି ବିଦ୍ୟୁତ୍ ଓ ବନ ବିଭାଗ ଚେତି ନାହିଁ।

By amfnews

Related Post