Fri. Jan 10th, 2025

ବାରମ୍ବାର ଦୁର୍ଘଟଣା ନେଇ ଲୋକଙ୍କ ଉପରେ ଦୋଷ ଲଦିଲେ ପରିବହନ ମନ୍ତ୍ରୀ

By amfnews Jan 22, 2019 #Featured
158 Views

ଭୁବନେଶ୍ୱର, ଜାନୁଆରୀ ୨୨ : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁର ବଙ୍ଗଡ଼ଦୁଆ ଘାଟିରେ ମିନିଟ୍ରକ୍ ଓଲଟି ୧୦ ଜଣଙ୍କ ମୃତ୍ୟୁ ଘଟିବା ଘଟଣାରେ ପରିବହନ ମନ୍ତ୍ରୀ ଡା.ନୃସିଂହ ଚରଣ ସାହୁ ଲୋକଙ୍କୁ ଦୋଷ ଦେଇଛନ୍ତି । ସେ କହିଛନ୍ତି ମାଲବୁହା ଗାଡ଼ିରେ ନଯିବାକୁ ଲୋକଙ୍କୁ ସଚେତନତା କରାଯାଉଥିଲେ ମଧ୍ୟ ସେମାନେ ସଚେତନ ହେଉନାହାନ୍ତି । ଫଳରେ ଦୁର୍ଘଟଣା ଘଟୁଛି ଏବଂ ଧନ ଜୀବନ ନଷ୍ଟ ହେଉଛି । ବାଲିଗୁଡାରେ ଘଟିଥିବା ଦୁର୍ଘଟଣାରେ ତଦନ୍ତ କରିବାପାଇଁ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ମିଳିବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।ଅନ୍ୟପକ୍ଷରେ ଏହି ଦୁର୍ଘଟଣା ପରେ ଅଧିକ କ୍ଷତିପୂରଣ ଦାବି କରି ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି । ମେଡିକାଲରେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ରହିଛନ୍ତି ।

ସୂଚନାଯୋଗ୍ୟ ଯେ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁର ବଙ୍ଗଡ଼ଦୁଆ ଘାଟିରେ ମଙ୍ଗଳବାର ଦିନ ପ୍ରାୟ ୧୧ଟା ବେଳେ ୪୦ ଜଣଙ୍କୁ ନେଇ ଯାଉଥିବା ମିନି ଟ୍ରକ୍ ଟି ଘାଟି ତଳକୁ ଓଲଟି ପଡିଥିଲା । ସେମାନଙ୍କ ମଧ୍ୟରୁ ୧୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ମୃତାହତମାନେ କଳିଙ୍ଗି, ତାରଜେଙ୍ଗି ଓ ଗଦାପୁର ଗାଁର ହୋଇଥିବା ବେଳେ ସେମାନେ ବ୍ରାହ୍ମଣୀଗାଁର ଏକ ଚର୍ଚ୍ଚରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ । ଅତୀତରେ ମଧ୍ୟ ମାଲବୁହା ଗାଡିରେ ଲୋକମାନେ ଯାତ୍ରା କରି ଦୁର୍ଘଟଣାର ଶୀକାର ହୋଇଥିବାର ନଜୀର ରହିଛି ।

By amfnews

Related Post