Tue. Nov 26th, 2024

ବାବ୍ରୀ ମସଜିଦ ଭଙ୍ଗାରୁଜା ଘଟଣାର ୨୬ ବର୍ଷ ପୂର୍ତ୍ତି ଅବସରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

By amfnews Dec 6, 2018 #Featured
115 Views

ଅଯୋଧ୍ୟା, ଡିସେମ୍ବର ୦୬ : ଉତ୍ତରପ୍ରଦେଶର ଅଯୋଧ୍ୟାରେ ବାବ୍ରୀ ମସଜିଦ ଭଙ୍ଗାରୁଜା ଘଟଣାକୁ ଆଜି ୨୬ ବର୍ଷ ପୂରିଛି । ଏହି ପରିପ୍ରେକ୍ଷୀରେ ସମ୍ଭାବିତ ହିଂସାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରି ଦିଆଯାଇଛି । ବାବ୍ରୀ ମସଜିଦ ଭଙ୍ଗାରୁଜା ଘଟଣାପାଇଁ ଅଯୋଧ୍ୟା ଉତ୍ତେଜନାପୂର୍ଣ୍ଣ ଥିବାରୁ ଏଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଗତ କିଛି ମାସ ହେବ ରାମମନ୍ଦିର ନିର୍ମାଣ ପ୍ରସଙ୍ଗକୁ ନେଇ ଅଯୋଧ୍ୟା ବିଶୃଙ୍ଖଳିତ ହୋଇପଡ଼ିଛି ।

ରାମଜନ୍ମଭୂମି ପୋଲିସ ଷ୍ଟେସନ ବୁଧବାର ୪ଜଣ ଲୋକଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତିମାନେ ଗୁରୁବାର କୌଣସି ଅପ୍ରିତକର ଘଟଣା ଘଟାଇଥାଆନ୍ତେ ବୋଲି ପୋଲିସକୁ ସୂଚନା ମିଳିଥିଲା । ବିଗତ ଗୋଟିଏ ସପ୍ତାହ ମଧ୍ୟରେ ପୋଲିସ ୮ଜଣ ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅଟକ ଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ସାମିଲ ଅଛନ୍ତି, ତପସ୍ୱୀ ଚାୱନୀ ମନ୍ଦିରର ମହନ୍ତ ପରମହଂସ ଦାସ ସାମିଲ ଅଛନ୍ତି । କାରଣ ସେ ଡିସେମ୍ବର ୬ରେ ଆତ୍ମହୂତୀ ପାଇଁ ଧମକ ଦେଇଥିଲେ ।

ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ବାବ୍ରୀ ମସଜିଦ ଭଙ୍ଗାରୁଜା ଦିବସକୁ ସୌର୍ଯ୍ୟ ଦିବସ ଓ ବିଜୟ ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେମାନେ ଏହି ପର୍ବକୁ ଦୀପାବଳି ଭଳି ପାଳନ କରିବାକୁ ଲୋକଙ୍କ ନିକଟରେ ଅପିଲ କରିଛନ୍ତି । ଅନ୍ୟପକ୍ଷରେ ମୁସଲିମାମାନେ ଏହି ଦିବସକୁ ଦୁଃଖର ଦିନ ଏବଂ କଳା ଦିବସ ଭାବରେ ପାଳନ କରୁଛନ୍ତି ।

By amfnews

Related Post