Mon. Jun 9th, 2025

ବାପା ପାଠ ପଢ଼ିବାକୁ କହିଲେ, ଘର ଛାଡ଼ି ପଳାଇଲା ପୁଅ

By amfnews Oct 16, 2019 #Featured
240 Views

ସୋର  :  ବାପା ପାଠ ପଢ଼ିବାକୁ ତାଗିଦ କରିବାରୁ ଘର ଛାଡ଼ି ପଳାଇଲା ପୁଅ। ଆଉ ୫ ଦିନ ହେଲା ତା’ର ପତ୍ତା ମିଳୁ ନାହିଁ। ବାପାମା’ ବି ଖୋଜି ନାକେଦମ୍‌ ହେଲେଣି। ଏହି ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ। ପିଲାଟିର ନାଁ ନିର୍ମାଲ୍ୟ ରାଉତ। ସେ ସତ୍ୟାନନ୍ଦ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର।

ସୂଚନା ଅନୁଯାୟୀ, ଗତ ୧୧ ତାରିଖରେ ନିର୍ମାଲ୍ୟ କିଛି ଟଙ୍କା ଓ ଡ୍ରେସ୍‌ ନେଇ ଘରୁ ପଳାଇ ଯାଇଥିଲେ। ପରିବାର ଲୋକେ ୫ ଦିନ ଧରି ସାଙ୍ଗ ସାଥୀ ଓ ବନ୍ଧୁବାନ୍ଧବଙ୍କ ଘରେ ଖୋଜାଖୋଜି କରିଥିଲେ। ତଥାପି ତାଙ୍କର ପତ୍ତା ମିଳି ନଥିଲା। ଏହା ପରେ ନିର୍ମାଲ୍ୟଙ୍କ ବାପା ସୋର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ନିର୍ମାଲ୍ୟଙ୍କ ମା’ କହିଛନ୍ତି, “ଶୁକ୍ରବାରଠୁ ମୋ’ ପୁଅ ଘରୁ ପଳାଇଛି। ତା’ ବାପା ପାଠ ପଢିବାକୁ ତାକୁ ତାଗିଦ କରିବାରୁ ସେ ଏପରି କରିଛି।”

By amfnews

Related Post