Wed. May 21st, 2025

ବାପାମାଆ, ପ୍ରେମିକା ଓ ୯ ମାସର ଝିଅକୁ ହତ୍ୟା କରିଥିବା ଆମେରିକୀୟ ବ୍ୟକ୍ତିଙ୍କୁ ଗୁଳିମାରି ହତ୍ୟା କଲା ପୁଲିସ

By amfnews Jan 21, 2019 #Featured
479 Views

ପୋର୍ଟଲାଣ୍ଡ୍‌, ଜାନୁଆରୀ ୨୧ : ଓରିଗନ୍‌ର ମଫସଲ ଅଞ୍ଚଳରେ ବସବାସ କରୁଥିବା ଜଣେ ବ୍ୟକ୍ତି ତାଙ୍କ ପରିବାରର ୪ ଜଣ ସଦସ୍ୟଙ୍କୁ ହତ୍ୟା କରିଥିବା ଜଣେ ବ୍ୟକ୍ତି ଗୋଟିଏ ଝିଅକୁ ମାରିବାକୁ ଯାଉଥିବା ବେଳେ ପୁଲିସ ଗୁଳିରେ ପ୍ରାଣ ହରାଇଛନ୍ତି।

ମାର୍କ ଲିଓ ଗ୍ରେଗୋରି ଗାଗୋ ନାମକ ସେ ୪୨ ବର୍ଷିୟ ବ୍ୟକ୍ତି ଶନିବାର ଦିନ ନିଜ ବାପାମାଆ, ପ୍ରେମିକା ଓ କୁନି ଝିଅକୁ ହତ୍ୟା କରିବା ପରେ ସେରିଫ୍‌ର ଡେପୁଟିମାନେ (ପୁଲିସ) ତାଙ୍କୁ ଗୁଳିମାରି ହତ୍ୟା କରିଥିଲେ। ମୃତ ବ୍ୟକ୍ତିମାନଙ୍କୁ ଗୁଳି ମରାଯାଇ ନାହିଁ। ସେମାନଙ୍କ ମୃତ୍ୟୁର କାରଣ ତଦନ୍ତ କରାଯିବ।

ପୁଲିସ କହିଛି ଯେ ସେ କ’ଣ ବ୍ୟବହାର କରିଛନ୍ତି ସେ ବିଷୟରେ ଆମେ ନିଶ୍ଚିତ ନୋହୁଁ। ସେ ଘରେ ଖଣ୍ଡା ଏବଂ ଅନ୍ୟାନ୍ୟ କେତେକ ଅସ୍ତ୍ରଶସ୍ତ୍ର ଥିଲା।ସେ ହତ୍ୟା କରିଥିବା ବ୍ୟକ୍ତିମାନେ ହେଉଛନ୍ତି ୯ ମାସର ଅଲିଭିଆ ଗାଗୋ, ୩୧ ବର୍ଷୀୟ ସାଇନା ସ୍ୱେଇଜର୍‌, ୬୬ ବର୍ଷିୟ ଜେରି ବ୍ରିମର୍‌ ଏବଂ ୬୪ ବର୍ଷିୟ ପାମେଲା ବ୍ରିମର୍‌।

By amfnews

Related Post