Sun. Jun 8th, 2025

ବାପାଙ୍କୁ ହାଣି ୧୮ ବର୍ଷୀୟ ଝିଅ ସହ ଦୁଷ୍କର୍ମ କଲେ ଦୁର୍ବୃତ୍ତ

By amfnews Dec 5, 2018 #Featured
270 Views

ଗୌହାଟି, ଡିସେମ୍ବର ୦୫ : ଉପର ଆସାମର ଶିବସାଗର ଜିଲ୍ଲାରେ ଜଣେ ୪୫ ବର୍ଷିୟ ବ୍ୟକ୍ତିଙ୍କୁ ହତ୍ୟା କରାଯାଇ ତାଙ୍କର ୧୮ ବର୍ଷୀୟ ଝିଅ ସହ ଦୁଷ୍କର୍ମ କରାଯାଇଥିବା କଥା ପୁଲିସ କହିଛି। ଦୁଷ୍କର୍ମ ପୀଡ଼ିତା ମଧ୍ୟ ମରିଯାଇଛି ବିଚାରି ଘଟନାସ୍ଥଳରୁ ଚମ୍ପଟ୍‌ ମାରିଥିବା ମାମଲାର ମୁଖ୍ୟ ଆସାମୀକୁ ପୁଲିସ ଗିରଫ କରିଛି। ସକାଳେ ସେ ପୀଡ଼ିତାଙ୍କ ଘରକୁ ଆସି ଦେଖଣାହାରିଙ୍କ ଗହଣରେ ଥିଲା।ଘଟନାଟି ସୋମବାର ରାତିରେ ଘଟିଛି।

ଶିବସାଗରର ଅତିରିକ୍ତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ବୋଲି ଦେଓରି କହନ୍ତି: ମୃତ ବ୍ୟକ୍ତି ଜଣେ କ୍ଷୁଦ୍ର ଚାଷୀ। ସେ ଗାଁ ଠୁ ଦୂରରେ ଥିବା ବିଲ ମଝିରେ ନିଜର ଝିଅ ଓ ଦୁଇ ପୁଅଙ୍କ ମଧ୍ୟରୁ ଜଣକ ସହ ରହୁଥିଲେ। ଅପରାଧିକ ଘଟନା ସମୟରେ ପୁଅ ବନ୍ଧୁଘରକୁ ବୁଲି ଯାଇଥିଲା।ଦେଓରି କହନ୍ତି: ଅଭିଯୁକ୍ତ ବିଜୁଳି ସଂଯୋଗ ବିଚ୍ଛିନ୍ନ କରି ପଛ ଦୁଆର ବାଟେ ଘରକୁ ପଶିଥିଲା।

ସେ ଗୋଟାଏ କୁରାଢ଼ି ନେଇ ଶୋଇଥିବା ୪୫ ବର୍ଷିୟ ଚାଷୀଙ୍କୁ ହାଣି ମାରି ପକାଇଥିଲା।ମୃତ ଚାଷୀଙ୍କ ଦେହରେ ପ୍ରାୟ ୪ଟି ଗଭୀର କ୍ଷତ ରହିଛି। ଶେଯ ଉପରେ ହିଁ ତାଙ୍କ ଶବ ପଡ଼ିଥିଲା।ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଚାଷୀଙ୍କର ୧୮ ବର୍ଷିୟ ଝିଅ ସହ ଦୁଷ୍କର୍ମ କରିବା ପରେ ବାଉଁଶ ଠେଙ୍ଗାରେ ତାକୁ ପିଟିଥିଲା।ସେ ମଧ୍ୟ ସାଙ୍ଘାତିକ ଆହତ ହୋଇ ଚେତା ହରାଇ ପଡ଼ିଥିଲେ। ସନ୍ଦିଗ୍ଧ ତାକୁ ମୃତା ବୋଲି ଭାବିନେଇଥିଲେ।

ମଙ୍ଗଳବାର ସକାଳେ ଯାଇ ଦୁଷ୍କର୍ମ ପୀଡ଼ିତା ଘଟନା ସଂକ୍ରାନ୍ତରେ ପଡ଼ୋଶୀମାନଙ୍କୁ ଜଣାଇଥିଲେ।ମାଛ ବିକ୍ରୟ କରି ଜୀବିକା ନିର୍ବାହ କରୁଥିବା ମୁଖ୍ୟ ଅଭିଯୁକ୍ତ ୩୨ ବର୍ଷିୟ ଦାଦୁ ହୁସେନ୍‌ ସେଇ ଗାଁ’ର ବାସିନ୍ଦା। ମଙ୍ଗଳବାର ସକାଳେ ସେ ବି ଅନ୍ୟ ଗ୍ରାମବାସୀଙ୍କ ସହ ପୀଡ଼ିତାଙ୍କ ଘରକୁ ଆସି ସେଠରେ ବୁଲାବୁଲି କରୁଥିଲା। ଦୁଷ୍କର୍ମ ପୀଡ଼ିତାଙ୍କ କଥାରୁ ଆମେ ତାଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ଚିହ୍ନଟ କଲୁ।

By amfnews

Related Post