Sun. Mar 8th, 2026

ବାଦାମବାଡ଼ିରୁ ଉଠିଯିବ ବସ୍‌ଷ୍ଟାଣ୍ଡ, ଆରମ୍ଭ ହେଲା ପ୍ରକ୍ରିୟା

247 Views

କଟକ : କଟକ ବାଦାମବାଡି ବସ୍‌ଷ୍ଟାଣ୍ଡ ଖାନନଗରକୁ ଉଠିବ। ଏନେଇ ଘୋଷଣା ପରେ ପ୍ରକ୍ରିୟା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ। ନୂଆ ବସଷ୍ଟାଣ୍ଟ ନିର୍ମାଣ ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ଖାନନଗର ରିଂଗ ବନ୍ଧ ଆଖପାଖ ବସ୍ତି ସହ ଲାଇବ୍ରେରୀ ବୁଲି ଦେଖିଛନ୍ତି ।

ବସ୍‌ଷ୍ଟାଣ୍ଡ ପାଇଁ ଆବଶ୍ୟକ ହେଉଥିବା ୩୦ ଏକର ଜମିକୁ କିପରି ଚିହ୍ନଟ କରାଯିବ ତାହାର ତଦାରଖ କରିଥିଲୋ ଏହାସହ ବସ୍ତି , ପାର୍କ ଓ ଲାଇବ୍ରେରୀକୁ ସେଠାରୁ ହଟାଇ ଅନ୍ୟତ୍ର କେଉଁ ସ୍ଥାନରେ କରାଯିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଖୁବଶୀଘ୍ର ଏହାର ଡିପିଆର ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ କରାଯିବ ବୋଲି ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ କହିଛନ୍ତିା

ତେବେ ସ୍ଥାନୀୟ ଅଞ୍ଚଳରେ ଥିବା ବସ୍ତିବାସିନ୍ଦାମାନେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବାବେଳେ ଲାଇବ୍ରେରୀକୁ ଆସୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ ପ୍ରଥମେ ପ୍ରଶାସନ ଲାଇବ୍ରେରୀ କରିବା ପରେ ଉଚ୍ଛେଦ କରୁ ବୋଲି ଦାବି କରିଛନ୍ତିା

By amfnews

Related Post