Fri. Jan 24th, 2025

ବାତ୍ୟା ବୁରେଭି: କେରଳ-ତାମିଲନାଡୁରେ ପ୍ରବଳ ବର୍ଷା ଆଶଙ୍କା, ଅନ୍ତର୍ଜାତୀୟ ବିମାନ ବନ୍ଦର ବନ୍ଦ

By amfnews Dec 4, 2020 #Featured
230 Views

ଚେନ୍ନାଇ/ଥିରୁବନନ୍ତପୁରମ, ଡିସେମ୍ବର ୦୪ : ବାତ୍ୟା ବୁରେଭି ଆଜି (ଶୁକ୍ରବାର) ତାମିଲନାଡୁରେ ସ୍ଥଳଭାଗ ଅତିକ୍ରମ କରିବ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହା କୁହାଯାଇଛି ଯେ, ବାତ୍ୟା ପ୍ରଭାବରେ ଉଭୟ ତାମିଲନାଡୁ ଓ କେରଳରେ ପ୍ରବଳ ବର୍ଷା ହୋଇପାରେ । ଭାରତୀୟ ପାଣିପାଗ ବିଭାଗ ତାମିଲନାଡୁ ଓ କେରଳକୁ ସତର୍କ ସୂଚନା ଦେଇଛି । ବାତ୍ୟା ସମୁଦ୍ର ଅତିକ୍ରମ କରି ସ୍ଥଳ ଭାଗ ଅତିକ୍ରମ କରିବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୫୫-୬୫ କିଲୋମିଟର ରହିବ । ପବନର ବେଗ ଘଣ୍ଟା ପିଛା ସର୍ବାଧିକ ୭୫ କିଲୋମିଟର ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।   

ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ତାମିଲନାଡୁରେ ଚଳିତ ମୌସୁମୀ ଋତୁରେ କମ ବର୍ଷା ହୋଇଛି । ଏହି ବର୍ଷା ଆବଶ୍ୟକତା ପୂରଣ କରିପାରେ । ତାମିଲନାଡୁରେ ଅକ୍ଟୋବରରୁ ଡିସେମ୍ବର ଯାଏଁ ମୌସୁମୀ ଋତୁ ଥାଏ ।

ବର୍ଷାକୁ ଦୃଷ୍ଟିରେ ରଖି କେରଳ ସରକାର ଆଜି ୫ଟି ଜିଲ୍ଲାରେ ଛୁଟି ଘୋଷଣା କରିଛନ୍ତି । ଏଗୁଡ଼ିକ ହେଲା ଥିରୁବନନ୍ତପୁରମ, କୋଲାମ, ପଥନମିଠିଆ, ଆଲାପୁଝା ଓ ଇଡ୍ଡୁକି । ସେହିପରି ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଶୁକ୍ରବାର ବନ୍ଦ ରଖାଯାଇଛି । ମଦୁରାଇ ଓ ଟୁଟିକନ ବିମାନବନ୍ଦର ଶୁକ୍ରବାର ବନ୍ଦ ରଖାଯାଇଛି ।  ଏତଦ ବ୍ୟତୀତ କେରଳରେ ୨୦୦ ହଜାର କ୍ୟାମ୍ପ ଖୋଲାଯାଇଛି । 

ତାମିଲନାଡୁ ଉପକୂଳ କନ୍ୟାକୁମାରୀ ଓ ପମ୍ବନ ମଧ୍ୟରେ ବାତ୍ୟା ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରୁଛି ।  ଉତ୍ତର ତାମିଲନାଡୁର ପଡୁଚେରୀ, କାରାଇକାଲ, ଦକ୍ଷିଣ କେରଳ, ଦକ୍ଷିଣ ଉପକୂଳବର୍ତ୍ତୀ ଆନ୍ଧ୍ରପ୍ରଦେଶ ଓ ଲକ୍ଷାଦୀପରେ ମଧ୍ୟ ବର୍ଷା ହୋଇପାରେ । ଲାକ୍ଷାଦୀପରେ ଡିସେମ୍ବର ୪ରେ ବର୍ଷା ହୋଇପାରେ । 

By amfnews

Related Post