Fri. Jan 24th, 2025

ବାତ୍ୟା ବୁରେଭି: ଏହି ରାଜ୍ୟଗୁଡ଼ିକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

By amfnews Dec 2, 2020 #Featured
137 Views

ନୂଆଦିଲ୍ଲୀ, ଡିସେମ୍ବର ୦୨ : ଭାରତୀୟ ପାଣିପାଗ ବିଭାଗ ମଙ୍ଗଳବାର କହିଛି ଯେ, ବାତ୍ୟା ବୁରେଭି ଡିସେମ୍ବର ୪ ତାରିଖ (ଶୁକ୍ରବାର) ତାମିଲନାଡୁରେ ସ୍ଥଳଭାଗ ଛୁଇଁପାରେ । ଯାହା ଆଶା କରାଯାଉଛି ସାମୁଦ୍ରିକ ଝଡ଼ ଡିସେମ୍ବର ୨ ତାରିଖ ଶ୍ରୀଲଙ୍କାର ତ୍ରିନକମାଲି ଉପକୂଳ ଅତିକ୍ରମ କରିବ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୭୫-୮୫ ରହିବ ବୋଲି ଆଶା କରାଯାଉଛି । ପବନର ବେଗ ଘଣ୍ଟା ପିଛା ସର୍ବାଧିକ ୯୫ କିଲୋମିଟର ରହିପାରେ ।

ତାମିଲନାଡୁ ଉପକୂଳ କନ୍ୟାକୁମାରୀ ଓ ପମ୍ବନ ମଧ୍ୟରେ ଡିସେମ୍ବର ୪ ତାରିଖ ଭୋର ସକାଳୁ ବାତ୍ୟା ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରୁଛି । ଫଳରେ ଡିସେମ୍ବର ୨ ଓ ୩ ମଧ୍ୟରେ କନ୍ୟାକୁମାରୀ, ତିରୁନେଭେଲି, ଥୋଟୁକୁଡି, ଟେନକାଶୀ, ରାମନାଥପୁରମ ଓ ଶିବାଗଂଗାଇରେ ପ୍ରବଳ ବର୍ଷା ହୋଇପାରେ ।

ଉତ୍ତର ତାମିଲନାଡୁର ପଡୁଚେରୀ, କାରାଇକାଲ, ଦକ୍ଷିଣ କେରଳର ମାହେ, ଦକ୍ଷିଣ ଉପକୂଳବର୍ତ୍ତୀ ଆନ୍ଧ୍ରପ୍ରଦେଶ ଓ ଲକ୍ଷାଦୀପରେ ମଧ୍ୟ ବର୍ଷା ହୋଇପାରେ । ଲାକ୍ଷାଦୀପରେ ଡିସେମ୍ବର ୩ରୁ ୪ ମଧ୍ୟରେ ବର୍ଷା ହୋଇପାରେ । 

By amfnews

Related Post