Sat. Mar 7th, 2026

ବାଣ କାରଖାନାରେ ବିସ୍ଫୋରଣ ଘଟି ଶାଶୂ, ବୋହୂ ଓ ନାତି ମୃତ

323 Views

ଆନ୍ଧ୍ରପ୍ରଦେଶ, ବିଜୟଓ୍ଵାଡ଼ା: ଶନିବାର ପ୍ରତ୍ୟୁଷରେ ଆନ୍ଧ୍ରପ୍ରଦେଶର ରାଜାମହେନ୍ଦ୍ରବରମ୍‌ ଠରେ ଏକ ବେଆଇନ୍‌ ବାଣ କାରଖାନାରେ ବିସ୍ଫୋରଣ ଘଟିବାରୁ ଗୋଟିଏ ପରିବାରର ତିନି ଜଣ ଲୋକ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି।

ମୃତଲୋକମାନେ ହେଲେ ୬୦ ବର୍ଷୀୟ ମୁତ୍ୟମ୍‌ରେଡ୍ଡୀ ସୂର୍ଯ୍ୟକାନ୍ତମ୍‌, ତାଙ୍କ ବୋହୂ ୩୫ ବର୍ଷୀୟ ଧନଲକ୍ଷ୍ମୀ ଏବଂ ୧୬ ବର୍ଷୀୟ ନାତି ବିନୟ।
ଆହତ ହୋଇ ସ୍ଥାନୀୟ ସରକାରୀ ଡାକ୍ତରଖାନରେ ଭର୍ତ୍ତି ହୋଇଥିବା ଅନ୍ୟ ତିନି ଜଣଙ୍କ ଅବସ୍ଥା ଉଦ୍‌ବେଗଜନକ ରହିଛି। ଦୁଇ ମହିଳା ଘଟନାସ୍ଥଳରେ ପ୍ରାଣ ହରାଇଥିବା ବେଳେ ବିନୟ କିଛି ଘଣ୍ଟା ପରେ ମୃତ୍ୟୁ ଘଟିଥିଲା।

By amfnews

Related Post