165 Views
ନୂଆଦିଲ୍ଲୀ, ନଭେମ୍ବର ୧୫ : ବାୟୂ ପ୍ରଦୂଷଣ ଯୋଗୁଁ ଦିଲ୍ଲୀ-ଏନସିଆରର ବାୟୁର ଗୁଣବତ୍ତା ଆହୁରି ଖରାପ ସ୍ତରକୁ ଚାଲିଯାଇଛି । ଖେତରେ ନଡ଼ା ଜଳିବା ଓ ଶନିବାର ରାତି କଟକଣା ପରେବି ବାଣଫୁଟିବା ଯୋଗୁଁ ସ୍ଥିତି ଖରାପସ୍ତରକୁ ଚାଲିଯାଇଛି । ଆକାଶ ଧୂଆଁଳିଆ ଦେଖାଯାଇଛି । ବାୟୁମଣ୍ଡଳରେ ଦେଖାଯାଇଥିବା ଧୂଆଁ ଯୋଗୁଁ ହୃଦୟ ଓ ଫୁସଫୁସ ରୋଗରେ ପୀଡ଼ିତ ରୋଗୀଙ୍କ ସମସ୍ୟା ବଢ଼ାଉଛି ।
ଦିଲ୍ଲୀ ପ୍ରଦୂଷଣରେ ୩୨ ପ୍ରତିଶତ ଭାଗ ହେଉଛି ନଡା ଜଳିବ ଓ ବାଣ ଫୁଟିବା । ବାୟୁର ଗତି ମନ୍ଥର ହେବା ଯୋଗୁଁ ସ୍ଥିତି ବିଗିଡ଼ିଛି । ପ୍ରଦୂଷକ ତତ୍ତ୍ୱ ଏକାଠି ହେଉଛି । ଏସଏଫଏଆର ପ୍ରଦୂଷଣ ବହୁତ ଚିନ୍ତାଜନକ ବୋଲି କହିଛି । ଦିଲ୍ଲୀରେ ଶନିବାର ରାତି ୧୦ଟା ଯାଏଁ ୨.୨ ୩୩୧ ମାଇକ୍ରୋଗ୍ରାମ ପ୍ରତି କ୍ୟୁବିକ ମିଟର ଜରୁରୀକାଳୀନ ସୀମା ଉପରେ ଥିଲା ।