98 Views
ଭୁବନେଶ୍ୱର, ଡିସେମ୍ବର 22 : ଖୋର୍ଦ୍ଧା ଜିଲ୍ଲା ବାଣପୁରର ଦକ୍ଷେଶ୍ୱର ମନ୍ଦିରରୁ ଏକ ବଡଧରଣର ଚୋରି ହୋଇଛି । ମନ୍ଦିରରୁ ୨୨ ଗୋଟି ମୂର୍ତ୍ତି ଚୋରି କରିନେଇଛନ୍ତି ଦୁର୍ବୃତ୍ତ l
ଆଜି ସକାଳେ ୫.୪୫ ମିନିଟରେ ଦକ୍ଷେଶ୍ୱର ପୂଜକ ମନ୍ଦିର ମଧ୍ୟରେ ପ୍ରବେଶ କଲା ବେଳକୁ ମନ୍ଦିରର ମୁଖ୍ୟ କବାଟ ସହ ଗର୍ଭଗୃହର ଅନ୍ୟ ଦୁଇ କବାଟ ତାଲା ଭଙ୍ଗାଯାଇଥିବାର ଦେଖିବାକୁ ପାଇଥିଲେ l ଦକ୍ଷେଶ୍ୱର ମନ୍ଦିରର ପୂଜକ ଗର୍ଭଗୃହର କବାଟ ଖୋଲାଯାଇଥିବା ଦେଖିବା ପରେ ଗ୍ରାମବାସୀଙ୍କୁ ଜଣାଇଥିଲେ । ଏହାପରେ ପୋଲିସକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ। ୩୧ ଗୋଟି ମୂର୍ତ୍ତି ମଧ୍ୟରୁ ୨୨ ଗୋଟି ମୂର୍ତ୍ତି ଚୋରି ହୋଇଯାଇଥିବାର ଜଣାପଡିଛି । ମା କନକଦୁର୍ଗା, ଗୋପୀନାଥ ଦେବ, କଳିଯୁଗେଶ୍ୱର ଦେବ ଏବଂ ଚନ୍ଦ୍ରଶେଖର ଦେବ ଆଦି ପ୍ରମୁଖ ମୂର୍ତ୍ତି ଚୋରି ହୋଇଛି ।