Tue. Dec 24th, 2024

ବାଜପେୟୀଙ୍କ ଚିତାଭସ୍ମକୁ ବେଦବ୍ୟାସ ସଂଗମ ସ୍ଥଳ ବ୍ରାହ୍ମଣୀ ନଦୀରେ ବିସର୍ଜନ ହେବ

rklsanchar@gmail.com' By J.N. Pradhan Aug 28, 2018 #Featured
197 Views

ରାଉରକେଲା, ୨୮ା୮ : ଆଜି ବିଜେପି ଜିଲା କାର୍ଯ୍ୟାଳୟ ଠାରେ ଏକ ଜରୁରୀ ବୈଠକ ପାନପୋଷ ସାଙ୍ଗଠନିକ ଜିଲା ସଭାପତି ଜଗବନ୍ଧୁ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରୀୟ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମକୁ କିଭଳି ଭାବେ ବିସର୍ଜନ କରାଯିବ ସେ ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ଚଳିତ ମାସ ୨୫ ତାରିଖ ଦିନ ବାଜପେୟୀଙ୍କ ଚିତାଭସ୍ମ କଳସକୁ ବିଜେପି କାର୍ଯ୍ୟାଳୟରେ ରଖାଯାଇଛି ଏବଂ ଜିଜେପି କର୍ମୀ ଓ ଜନସାଧାରଣ ଏହି କଳସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି ।

ପ୍ରାରମ୍ଭରେ ବିଜେପି କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ୨ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ବୈଠକରେ କର୍ମୀମାନେ ନିଜ ନିଜର ମତପୋଷଣ କରିଥିଲେ ଏବଂ ବାଜପେୟୀଙ୍କ ଚିତାଭସ୍ମକୁ ଆସନ୍ତାକାଲି ଅର୍ଥାତ୍ ୨୮ ତାରିଖ ସକାଳ ୧୦ଟା ୩୦ ମିନିଟ୍ରେ ଚିତାଭସ୍ମ କଳସ ଯାତ୍ରା ରାଉରକେଲା ବିଶ୍ରା ଛକଠାରୁ ବାହାରି ରାଉରକେଲା ମୁଖ୍ୟ ରାସ୍ତା ଦେଇ ଉଦିତନଗର, ପାନପୋଷ, ବେଦବ୍ୟାସ ଛକ ଦେଇ ବେଦବ୍ୟାସ ମନ୍ଦିର ସଙ୍ଗମ ସ୍ଥଳରେ ତାଙ୍କ ଚିତାଭସ୍ମକୁ ବ୍ରାହ୍ମଣୀ ନଦୀରେ ବିସର୍ଜନ କରାଯିବ ବୋଲି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି । କଳସ ଯାତ୍ରା ସମୟରେ ବିଭିନ୍ନ ଛକ ମାନଙ୍କରେ ରହିବ ଯାଦ୍ୱାରା ଜନସାଧାରଣ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିପାରିବେ ।

ଆଜିର ବୈଠକରେ ରାଜ୍ୟ ସମ୍ପାଦକ ଧିରେନ ସେନାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କିସାନ ପ୍ରସାଦ ସାହୁ, ରଘୁ ବଳ, ନିହାର ରାୟ, ପୂର୍ଣ୍ଣିମା କେର୍କେଟା, ଜିଲା ଉପସଭାପତି ତପନ କୁମମାର ସ୍ୱାଇଂ, ଶୈଳେନ୍ଦ୍ର ମହାନ୍ତି, ଶଶାଙ୍କର ଶେଖର ଜେନା, ଜିଲା ସାଧାରଣ ସମ୍ପାଦକ ରାଇସନ ତିର୍କୀ, ଦିଲୀପ ଦାଶ, ଅମରେନ୍ଦ୍ର ଶର୍ମା, ଜିଲା ସମ୍ପାଦକ ନାରାୟଣ ମହାନ୍ତି, ଦୀପକ ତିୱାରୀ, ବିନ୍ଦର ସିଂ, ଜିଲା ମୁଖପାତ୍ର ଭଗବାନ ରାଉତ ଓ ଗଙ୍ଗାଧର ଦାଶ, ଜିଲା ମୋର୍ଚ୍ଚା ସଭାପତି ଭ୍ରମରବର ବେହେରା, ବସନ୍ତ ସାମଲ, ମଳୟ ମହାପାତ୍ର, ମଣ୍ଡଳ ସଭାପତି ପରେଶ ମିଶ୍ର, ଅଜୟ କଂସାରୀ, ଭବାନୀ କବି, ଏନ୍.ବି. ରାୟ, ରମାକାନ୍ତ ଜେନା, କେଦାର ମହାନ୍ତି, ସରୋଜ ଦାଶ, କୈଳାସ ରାଉତ, ମାଦ୍ରୁ ଓରାମ ଓ ଜବାହାର ମାହାଲି, ଶେଖ ମୁଜାହିଦ, ଅଙ୍କୁଶ ବର୍ମା, ସୁନୀତା ମୋହିନୀ, ଦେବପ୍ରସାଦ ଦାଶ, ଚନ୍ଦନ ସାମଲ, ରାଜେନ୍ଦ୍ର ଗୌଡ, ଯଶବିର ସିଂ କପୁର, ସୁରଜ ମଲ୍ଲ, ମେହୁଲ ସାହୁ, ଲିପ୍ସା ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।

Related Post