Thu. Dec 26th, 2024

ବାଜପାୟୀଙ୍କ ବିୟୋଗରେ ଜିଲା ବିଜେପିର ଶୋକ

By amfnews Aug 17, 2018 #Featured
182 Views

ରାଉରକେଲା, ୧୭ା୮ : ଦୀର୍ଘ ଅଦ୍ଧଶତାବ୍ଦୀ ଧରି ଭାରତୀୟ ରାଜନୀତିର ଦଳମତ ନିର୍ବିଶେଷରେ ଦେଶବାସୀଙ୍କ ପ୍ରିୟ ଓ ଗ୍ରହଣୀ ରାଷ୍ଟ୍ରବାଦୀ ନେତା ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତରତ୍ନ ଅଟଳ ବିହାରୀ ପାଜପାୟୀଙ୍କ ବିୟୋଗରେ ସାରାଦେଶ ଶୋକାଭିଭୂତ ହୋଇପଡିଛି । ଏହି ଦୁଃଖଦ ମୁହୂର୍ତ୍ତରେ ଜିଲା ସଭାପତି ଜଗବନ୍ଧୁ ବେହେରାଙ୍କ ସଭାପତିତ୍ୱରେ ଦଳୀୟ କାର୍ଯ୍ୟାଳୟ ଠାରେ ସ୍ୱର୍ଗତ ବାଜପାୟୀଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ ସହ ଶୋକ ପ୍ରକାଶ କରାଯାଇଛି ।

ବର୍ଷିୟାନ ନେତୃତ୍ୱ କିଷନ ସାହୁ, ଧିରେନ ସେନାପତି, ସୁଦର୍ଶନ ଗୋଏଲ, ରଘୁ ବଳ, ତପନ ସ୍ୱାଇଁ, ଦିଲ୍ଲୀପ ଦାସ, ଭଗବାନ ରାଉତ, ଗଙ୍ଗାଧର ଦାଶ, ସୁବ୍ରତ ପଟ୍ଟନାୟକ, ପରେଶ ମିଶ୍ର, ରମେଶ ଅଗ୍ରୱାଲ ଓ ଲତିକା ପଟ୍ଟନାୟକ ଆଦି କର୍ମକର୍ତ୍ତା ସ୍ୱର୍ଗତ ବାଜପାୟୀଙ୍କ ତ୍ୟାଗପୁତ ଦେଶପ୍ରେମର ସ୍ମୃତିଚାରଣ କରିଥିଲେ । ବିଶ୍ୱରେ ଭାରତର ଗର୍ବ ଗାରିମାକୁ ଶିକରରେ ପହଞ୍ଚାଇବା ପାଇଁ ତାଙ୍କର ଆଜୀବନ ସାଧନା ଓ ତ୍ୟାଗ ତାଙ୍କୁ ଅମର କରିରଖିବ ।

ପୋଖରାନ ପରୀକ୍ଷଣ, କାରଗିଲ ବିଜୟ, ପ୍ରଧାନମନ୍ତ୍ରୀ ସଡକ ଯୋଜନା, ନଦୀ ସଂଯୋଗୀକରଣ ଓ ସର୍ବଶିକ୍ଷା ଅଭିଯାନ ଆଦି ଭାରତର ବିକାଶକୁ ବହୁଗୁଣିତ କରିଛି । ଜଣେ ରାଜନୈତିକ, କୂଟନୈତିକ, କବି ଦେଶପ୍ରେମୀ ଓ ରାଷ୍ଟ୍ରବାଦୀ ନେତାଙ୍କ କର୍ମହିଁ ତାଙ୍କୁ ସର୍ବୋଚ୍ଚ ସମ୍ମାନ ଭାରତରତ୍ନ ପଦବୀରେ ବିଭୂଷିତ କରିଛି । ଜୀବନରେ ୧୦ ଥର ଲୋକସଭା ଓ ୨ ଥର ରାଜ୍ୟସଭା ସାଂସଦ ସହ ବୈଦେଶିକ ମନ୍ତ୍ରୀ ଓ ୩ ଥର ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିବା ସ୍ୱର୍ଗତ ବାଜପାୟୀଙ୍କ ଲୋକପ୍ରିୟତାର ନମୂନା ।

ଭାରତୀୟ ଜନତା ପାର୍ଟି ପାଇଁ ସେ ବୁଣିଥିବା ବୀଜ ଆଜି ଅବାରିତ ହୋଇ ମହାଦ୍ରୁମରେ ପରିଣତ ହୋଇଛି । ଜୀବନରେ କୌଣସି ପ୍ରତିକୂଳ ପରିସ୍ଥିତିରେ ନିଜର ହାର ମାନିନଥିବା ଏହି ନେତା ନିଜର ଧୈର୍ଯ୍ୟ ଅଧ୍ୟବସାୟ ଓ ଦୃଢତା ପାଇଁ ନିଜର ବ୍ୟକ୍ତିତ୍ୱକୁ ମହିମାମଣ୍ଡିତ କରିବା ସହ ରାଷ୍ଟ୍ରକୁ ଗୌରବାନ୍ୱିତ କରିଛନ୍ତି ବୋଲି ବକ୍ତାମାନେ କହିଥିଲେ । ଶୋକ ସଭାରେ ଜିଲା କର୍ମକର୍ତ୍ତା, ମଣ୍ଡଳ କର୍ମକର୍ତ୍ତା, ବିଭିନ୍ନ ମୋର୍ଚ୍ଚା କର୍ମକର୍ତ୍ତା ଓ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।

By amfnews

Related Post