Wed. Nov 20th, 2024

ବାଚସ୍ପତିଙ୍କ ଉପରେ ଅଙ୍ଗୁଳି ଉଠାଇଲେ ବିରୋଧୀ

By amfnews Sep 7, 2018 #Featured
227 Views

ଭୁବନେଶ୍ୱର, ସେପ୍ଟେମ୍ବର ୭:

ଆଜି ଗୃହରେ ହଙ୍ଗାମା ଯୋଗୁଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ତେବେ ଗୃହରେ ବାଚସ୍ପତିଙ୍କ ଏଭଳି କାର୍ଯ୍ୟକୁ ନେଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ପ୍ରଶ୍ନ ଉଠାଇଛନ୍ତି । ବାଚସ୍ପତି ସଂପୂର୍ଣ୍ଣଭାବେ ସରକାରଙ୍କ କବଜାରେ ରହିଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

ଆଜି ପ୍ରଶ୍ନୋତ୍ତର କାଳରେ ଉଭୟ ଶାସକ ଦଳ ଓ ବିରୋଧୀ ଦଳର ସଦସ୍ୟମାନେ ତେଲ ଦର ଓ ଶିକ୍ଷକ ସମସ୍ୟା ଉଠାଇଥିଲେ । କଂଗ୍ରେସ ଶିକ୍ଷକଙ୍କ ସମସ୍ୟା ନେଇ ମୁଲତବୀ ପ୍ରସ୍ତାବ ଆଗତ କରିଥିଲେ । ଯାହାର ଉତ୍ତର ରଖିଥାଆନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର । କିନ୍ତୁ ଶାସକ ଦଳ ତୈଳ ଦର ବୃଦ୍ଧିକୁ ନେଇ ଗୃହରେ ହଙ୍ଗାମା କରିଥଲେ । ତେଣୁ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏ ମୁଲତବୀ ଘୋଷଣା କରିଥିଲେ । ଯାହାକୁ ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ପୂର୍ବରୁ ପେଟ୍ରୋଲ ଦର ପ୍ରସଙ୍ଗକୁ କଂଗ୍ରେସ ଉଠାଇଥିଲା, ମାତ୍ର ଶାସକ ଦଳ ସେଦିନ ଚୁପ ବସିଥିଲା । କିନ୍ତୁ ଆଜି ଶିକ୍ଷକ ପ୍ରସଙ୍ଗରେ ସରକାର ପଳାୟନପନ୍ଥୀ ସାଜିଛନ୍ତି । କିନ୍ତୁ ଚଳିତ ଅଧିବେଶନରେ ସାଧାରଣତଃ ବାଚସ୍ପତି ୧୧ଟା କିମ୍ବା ୧୧ଟା ୩୦ ପର୍ଯ୍ୟନ୍ତ ଗୃହ କାର୍ଯ୍ୟକୁ ସ୍ଥଗିତ ରଖନ୍ତି । କିନ୍ତୁ ଶିକ୍ଷକଙ୍କ ସମସ୍ୟାରେ ଆଲୋଚନା ଜରୁରୀ ଥିବା ବେଳେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି ।

ଅନ୍ୟପକ୍ଷରେ ବିଜେପି ବିଧାୟକ ରବି ନାୟକ ମଧ୍ୟ ବାଚସ୍ପତିଙ୍କ ଉପରେ ସମାନ ଅଭିଯୋଗ ଆଣିଛନ୍ତି । ବାଚସ୍ପତି ସଂପୂର୍ଣ୍ଣ ସରକାରଙ୍କର କବ୍‌ଜାରେ ରହିଛନ୍ତି । ଓଡ଼ିଶାର ବାଚସ୍ପତି ସରକାରଙ୍କ କବ୍‌ଜାରେ ରହି କାମ କରୁଛନ୍ତି ବୋଲି ତାଙ୍କ ରୁଲିଂରୁ ସ୍ପଷ୍ଟ ଜଣାପଡ଼ୁଛି । ସେଥିପାଇଁ ଶିକ୍ଷକଙ୍କ ପ୍ରସଙ୍ଗରେ ଆଲୋଚନା ନ କରି ଗୃହକୁ ଅପରାହ୍ନ ୩ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି ।

By amfnews

Related Post