161 Views
ଭୁବନେଶ୍ୱର, ଏପ୍ରିଲ 29 : ଦିନକୁ ଦିନ ବନ୍ୟଜନ୍ତୁ ଶୀକାର ଓ ସାମଗ୍ରୀ ସ୍ମଗଲିଙ୍ଗ କାରବାର ବଢିଚାଲିଛି । ପୁଣି କ୍ରାଇମବ୍ରାଞ୍ଚ STF ହାତରେ ବାଘଛାଲ ବେପାରୀ । ବାଘ ଚମଡା ବିକ୍ରି ପାଇଁ ଡିଲ ବେଳେ ମାଡି ବସିଲା କ୍ରାଇମବ୍ରାଞ୍ଚ STF ।
ସୋନପୁର ଜିଲ୍ଲାରେ ଏକ ବାଘଛାଲ ବେପାର ପାଇଁ ଡିଲ ଚାଲିଥିଲା । କୌଣସି ସୂତ୍ରରୁ ଖବର ପାଇ ବେପାରୀ ବେଶରେ କ୍ରାଇମବ୍ରାଞ୍ଚ STF ସେଠାରେ ପହଞ୍ଚିଥିଲା । ସେଠାରୁ ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରିବା ସହ ଜଣକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ STF ।
ଜବତ ବାଘ ଛାଲକୁ ରାସାୟନିକ ପରୀକ୍ଷା ପାଇଁ ଡେରାଡୁନ ପଠାଇଛି କ୍ରାଇମବ୍ରାଞ୍ଚ STF । ଗତ ଏକ ବର୍ଷ ହେବ କ୍ରାଇମବ୍ରାଞ୍ଚ STF 14 ଟି ଚିତା ବାଘ ଛାଲ , 9 ଟି ହାତୀ ଦାନ୍ତ, 2 ଟି ହରିଣ ଚମଡା, 3 ଟି ଜୀବନ୍ତ ବଜ୍ରକାପ୍ତl ଏବଂ 27 ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏକ ବର୍ଷ ମଧ୍ୟରେ କ୍ରାଇମବ୍ରାଞ୍ଚ STF 15 ଟି ମାମଲା ରୁଜୁ କରି ତଦନ୍ତ କରୁଛି ।