Sun. Mar 8th, 2026

ବାଇକ ଆରୋହି ଦୁର୍ବୃତ୍ତ ଝାମ୍ପିନେଲା ମହିଳାଙ୍କ ବେକରୁ ୨ ସୁନା ହାର

233 Views

ଖଣ୍ଡଗିରି : ଜନଗହଳିପୂର୍ଣ ମନ୍ଦିର ସମ୍ମୁଖରୁ ଜଣେ ବାଇକ୍‌ ଆରୋହୀ ଦୁର୍ବୃତ୍ତ ଜଣେ ମହିଳାଙ୍କ ବେକରୁ ୨ଟି ସୁନା ହାର ଝାମ୍ପି ନେଇଛି। ଘଟଣାଟି ବୁଧବାର ସନ୍ଧ୍ୟାରେ ଯାଁଳା ଫାଣ୍ଡି ଅନ୍ତର୍ଗତ ଓଗାଳପଡ଼ା ମା’ ବାଟ ଭୁଆସୁଣୀ ମନ୍ଦିର ସମ୍ମୁଖରେ ଘଟିଛି। ଲୁଟ୍‌ର ଶିକାର ହୋଇଥିବା ମହିଳା ହେଲେ, ଜଟଣୀ ଥାନା ଦେଉଳିଆପାଟଣା ଗାଁର ରତ୍ନାକର ସାହୁଙ୍କ ସ୍ତ୍ରୀ ମମତା ସାହୁ। ଲୁଟ୍‌ ହୋଇଥିବା ୨ଟି ହାରର ଓଜନ ପ୍ରାୟ ୫୦ ଗ୍ରାମ୍‌ ହେବ ବୋଲି ସେ ଅଭିଯୋଗ କରିଛନ୍ତି।

ସୂଚନାନୁସାରେ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ରତ୍ନାକରଙ୍କ ପରିବାର ମା’ ବାଟ ଭୁଆସୁଣୀ ମନ୍ଦିରକୁ ଆସିଥିଲେ। ଦିନବେଳା ଅନୁଷ୍ଠିତ ହେଉଥିବା ଏହି ବାହାଘର ସନ୍ଧ୍ୟା ବେଳକୁ ସରି ଯାଇଥିଲା। କନ୍ୟାକୁ ବିଦାୟ ଦେବା ପରେ ବନ୍ଧୁବାନ୍ଧବ ବିଦ‌ାୟ ନେଉଥିଲେ। ଏହି ସମୟରେ ରତ୍ନକାର ଓ ତାଙ୍କ ସ୍ତ୍ରୀ ମମତା ମନ୍ଦିର ବାହାରେ ଥିବା କାର୍ ନିକଟକୁ ଆସିଥିଲେ। ସେମାନେ କାର୍ ନିକଟରେ ଠିଆ ହୋଇ କଥା ହେଉଥିବା ବେଳେ ଏକ ବାଇକ୍‌ ଆରୋହୀ ଦୁର୍ବୃତ୍ତ ଅତର୍କିତ ଭାବେ ମମତାଙ୍କ ବେକରୁ ୨ଟି ଯାକ ହାର ଛିଣ୍ଡାଇ ଘଟଣାସ୍ଥଳରୁ ପଳାଇଥିଲା। ତାକୁ ପିଛା କରି କିଛି ଯୁବକ ଗୋଡ଼ାଇଥିଲେ ବି ଦୁର୍ବୃତ୍ତଜଣଙ୍କ ଖୋର୍ଧା ଦିଗରେ ଯାଇ ଅନ୍ତର୍ଧ୍ୟାନ ହୋଇଯାଇଥିଲା।

By amfnews

Related Post