Sun. Mar 8th, 2026

ବାଇକ୍ ଚାଳକଙ୍କ ବେକରେ ଗଳିଗଲା ବାଉଁଶ

169 Views

ଆନନ୍ଦପୁର  :  କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ଚୋରଗଡ଼ିଆ ଛକ ନିକଟରେ ଜଣେ ବାଇକ୍‌ ଆରୋହୀଙ୍କ ବେକରେ ବାଉଁଶ ପଶି ଯିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ସାନୁ ତିରିଆ। ତାଙ୍କ ଘର ଘଷିପୁରା ଥାନା ଅନ୍ତର୍ଗତ ଜାମୁବାହାଳି ଗାଁରେ।

ଗତକାଲି ଅପରାହ୍ଣରେ ସାନୁ ତାଙ୍କର ଜଣେ ସାଙ୍ଗଙ୍କ ସହ ବାଇକ୍‌ ଯୋଗେ ବଉଳାରୁ ଘରକୁ ଫେରୁଥିଲେ। ଏହି ସମୟରେ ଏକ ଚୋରଗଡ଼ିଆ ଛକଠାରେ ଠିଆ ହୋଇଥିବା ଏକ ବାଉଁଶ ବୋଝେଇ ପିକଅପ୍‌ ଭ୍ୟାନ୍‌ ହଠାତ୍‌ ପଛକୁ ଗଡ଼ି ଯାଇଥିଲା। ଫଳରେ ଏହା ପଛରେ ଥିବା ସୋନୁଙ୍କ ବେକରେ ବାଉଁଶ ପଶି ଯାଇଥିଲା। ଏହାପରେ  ସ୍ଥାନୀୟ ଲୋକେ ହାଟଡ଼ିହି ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ କର୍ମଚାରୀମାନେ ଆସି ସୋନୁଙ୍କୁ ଉଦ୍ଧାର କରି  ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ। ସର୍ଜରୀ ବିଶେଷଜ୍ଞ ଡାକ୍ତର ସପନ ଦାସ ଅପରେସନ୍ କରି ସୋନୁଙ୍କ ବେକରୁ ବାଉଁଶ ବାହାର କରିଥିଲେ। ହେଲେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ପରିବାର ଲୋକେ କଟକ ବଡ଼ ଡାକ୍ତରଖାନାକୁ ନେଇ ଯାଇଛନ୍ତି।

By amfnews

Related Post