Sat. Mar 7th, 2026

ବାଇକ୍‌ରେ ଯାଉଥିଲେ ଦାଦା-ପୁତୁରା, ଛିଣ୍ଡିଗଲା ବିଦ୍ୟୁତ୍‌ ତାର

217 Views

ଚାନ୍ଦବାଲି : ବାଲେଶ୍ୱର ଜିଲ୍ଲା ଧାମରା ଥାନା ଅନ୍ତର୍ଗତ ଗୁଆଁଳ ନିକଟରେ ଆଜି ସକାଳେ ଏକ ଅଘଟଣ ଘଟିଛି। ଏକ ବାଇକ୍‌ରେ ଦାଦା-ପୁତୁରା ନିକଟସ୍ଥ ବଜାରକୁ ଯାଉଥିବା ବେଳେ ସେମାନଙ୍କ ଉପରେ ଜୀବନ୍ତ ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ିଥିଲା। ଏଥିଯୋଗୁ ବାଇକ୍‌ଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି। ସୌଭାଗ୍ୟବଶତଃ ଦାଦା-ପୁତୁରା ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଉଭୟ ସାମାନ୍ୟ ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଅଞ୍ଚଳରେ ଏକ ଯାତ୍ରୀବାହୀ ବସ୍‌ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବା ଫଳରେ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

By amfnews

Related Post