Sun. Mar 8th, 2026
202 Views

ବୌଦ୍ଧ  : ବୌଦ୍ଧ ଜିଲ୍ଲା ବ୍ରିଜ୍‌ଛକ ନିକଟରେ ୫୭ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକଙ୍କ ନାଁ ମହେଶ ପ୍ରଧାନ। ତାଙ୍କ ଘର ବୌଦ୍ଧ ଜିଲ୍ଲା ଟୁଟୁସିଙ୍ଗ ଗାଁରେ। ସେହିପରି ଗୁରୁତର ଆହତ ଯୁବକଙ୍କ ନାଁ ବିମଳ ପ୍ରଧାନ। ତାଙ୍କ ଘର ବି ଟୁଟୁସିଙ୍ଗାରେ। ତାଙ୍କୁ ବୈଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୭ଟା ବେଳେ ମହେଶ ଓ ବିମଳ ମହାନଦୀରେ ଗାଧୋଇ ବୌଦ୍ଧ ଅଭିମୁଖେ ଫେରୁଥିବା ସମୟରେ ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଟ୍ରକ୍‌ଟି ସେମାନଙ୍କୁ ସାମ୍ନାରୁ ଧକ୍କା ଦେଇଥିଲା। ମହେଶ ବାଇକ୍ ଚଲାଉଥିବା ବେଳେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକେ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ ଦାବିରେ ୫୭ ନମ୍ବର ଜାତୀୟ ରାଜପଥକୁ ପ୍ରାୟ ୩ ଘଣ୍ଟା ଧରି ଅବରୋଧ କରିଥିଲେ। ଫଳରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ପ୍ରଶାସନ ପକ୍ଷରୁ ବିଭିନ୍ନ ସରକାରୀ ଯୋଜନାରେ ମୃତକଙ୍କ ପରିବାରକୁ ୪୨ ହଜାର ଟଙ୍କାର ସହାୟତା ଦେବା ପରେ ରାସ୍ତାରୋକ ହଟିଥିଲା।

By amfnews

Related Post