Sat. Mar 7th, 2026

ବସ ଭିତରେ ଯୁବତୀଙ୍କ ସାମ୍ନାରେ ଆପତ୍ତିଜନକ କାମ କରି ୪୫ ବର୍ଷୀୟ ବ୍ୟକ୍ତି ଗିରଫ

216 Views

ନୂଆଦିଲ୍ଲୀ : ପ୍ରାୟ ସପ୍ତାହକ ତଳେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀଙ୍କ ସାମ୍ନାରେ ହସ୍ତମୈଥୁନ କରି ଜଣେ ଲୋକ ଗିରଫ ହୋଇଥିଲା। ଠିକ୍‌ ସେହିଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଡିଟିସି ବସରେ ଜଣେ ୪୫ ବର୍ଷୀୟ ଲୋକ ଏଭଳି କାଣ୍ଡ ଘଟାଇ ଗିରଫ ହୋଇଥିବା ଜଣାଯାଇଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୫୪୩ ରୁଟ ନମ୍ବରର ବସ୍‌ରେ ଜଣେ ୨୨ ବର୍ଷୀୟା ମହିଳା ଯାତ୍ରା କରୁଥିଲେ। ବସରେ ପ୍ରବଳ ଭିଡ଼ ଥିଲା। ସେହି ବସରେ କିଶନ୍‌ ଦତ୍ତ (୪୫) ନାମକ ଜଣେ ବ୍ୟକ୍ତି ବି ଯାଉଥିଲେ। ମହିଳାଙ୍କ ପାଖ ସିଟ୍‌ରେ ବସିଥିଲେ କିଶନ ଦତ୍ତ। ଯେତେବେଳେ ବସ୍‌ଟି ଏଏମ୍‌ସରୁ ଆଗକୁ ଟପିଲା,ସେତେବେଳେ କିଶନ୍‌ ନିଜ ପ୍ୟାଣ୍ଟ୍‌ର ଚେନ୍‌ ଖୋଲି ହସ୍ତମୈଥୁନ କରିବାରେ ଆରମ୍ଭ କରିଥିଲା। ଯାତ୍ରା କରୁଥିଲା। ସେ ଅନ୍ୟ ଯାତ୍ରୀମାନଙ୍କୁ ବି ଏ ବିଷୟରେ କହିଥିଲେ। ତଥାପି କିଶନ୍‌ ହସ୍ତମୈଥୁନ ବନ୍ଦ କରି ନଥିଲା।

ଏହାପରେ ମହିଳା ଜଣକ ବାଧ୍ୟ ହୋଇ ପିସିଆର୍‌ କଲ୍‌ କରିଥିଲା,ମାତ୍ର ମହିଳା ଜାଣକ ତାଙ୍କୁ ଧରି ପକାଇଥିଲେ। ତା’ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚ ଅଭିଯୁକ୍ତ କିଶନ ଦତ୍ତଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ କିଶନ୍‌ ନିଶା ସେବନ କରି ନ ଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି। ସେ ପୂର୍ବ ଦିଲ୍ଲୀର ଗାଜିପୁରରେ ରହେ ଓ ପେଣ୍ଟିଂ କାମ କରେ ବୋଲି ଜଣାପଡ଼ିଛି।

By amfnews

Related Post