Sat. Mar 7th, 2026

ବସ୍ ଧକ୍କାରେ ଓଲଟିଲା ଅଟୋ: ୪ ଗୁରୁତର

208 Views

ଉଦଳା : ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ରଙ୍ଗାମାଟିଆ ଛକଠାରେ ଏକ ଅଟୋ ଓ ବସ୍‌ର ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଅଟୋ ଡ୍ରାଇଭରଙ୍କ ସମେତ ୪ ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ଗୁରୁତରମାନେ ବୈଶିଙ୍ଗା ଥାନା ଅନ୍ତର୍ଗତ ଶାଳବଣି ଅଞ୍ଚଳରେ ବୋଲି ଜଣାପଡ଼ିଛି।

ଆଜି ଦିନ ୧୦ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଉଦଳାରୁ ଏକ ପରିବାର ଅଟୋ ଯୋଗେ ଶାଳବଣି ଯାଉଥିଲେ। ରଙ୍ଗାମାଟିଆ ଛକ ଠାରେ ଅଟୋକୁ ସାମନା ପଟୁ ଏକ ବସ୍‌ ଧକ୍କା ଦେଇଥିଲା। ଏହାପରେ ଅଟୋଟି ଓଲଟି ପଡ଼ିଥିଲା। ଖବର ପାଇ ଉଦଳା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

By amfnews

Related Post