Sun. Mar 8th, 2026
266 Views

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବଳିପର୍ବତ ନିକଟରେ ଗତକାଲି ସଂଧ୍ୟାରେ ଏକ୍ ବସ୍ ଉପରକୁ ତୀର ମାଡ଼ ହୋଇଛି। ଏଥିରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଡୁବୁରିସ୍ଥିତ ଟାଟା ମେଡିକାଲରେ ଭର୍ତ୍ତି କରାଯାଇଛି।

ଓଏମସି ଖଣିରେ ଠିକା କାମ କରୁଥିବା କେଏମସି ନାମକ ଏକ ଘରୋଇ କମ୍ପାନୀର ଷ୍ଟାଫଙ୍କୁ ନେଇ ଗତ ସନ୍ଧ୍ୟାରେ ଏକ  ବସ୍ ଖଣିରୁ ଫେରୁଥିଲା। ବସ୍‌ଟି ଅଳ୍ପ ବାଟ ଆସିବା ପରେ କେତେକ ଦୁର୍ବୃତ୍ତ ବସ୍ ଉପରକୁ ତୀର ମାଡ଼ କରିଥିଲେ। ତୀର ମାଡ଼ରେ ଜଣେ କର୍ମଚାରୀ ଗୁରୁତର ଆହତ ହୋଇଥିଲେ। ତୀରଟି ତାଙ୍କ ବାମପଟ ପେଟରେ ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଡୁବୁରିସ୍ଥିତ ଟାଟା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତୀର ମାଡ଼ ଦେଖି ବସ୍‌ରେ ଥିବା ଅନ୍ୟ ୨୦ ଜଣ କର୍ମଚାରୀ ତଳେ ଶୋଇ ଯାଇଥିଲେ। ଫଳରେ ସେମାନେ ବର୍ତ୍ତି ଯାଇଥିଲେ। ଦୈତାରୀ ପୁଲିସ ଘଟଣାର ତଦନ୍ତ କରୁଛି। କିଏ ଓ କାହିଁକି ତୀର ମାଡ଼ କରିଛି, ସେ ସମ୍ପର୍କରେ କିଛି ଜଣାପଡ଼ିନି।

By amfnews

Related Post