Wed. Mar 11th, 2026
158 Views

ବୌଦ୍ଧ : ବୌଦ୍ଧ ଜିଲ୍ଲା ମଥୁରା ପଞ୍ଚାୟତର ୫୭ ନମ୍ବର ରାଜପଥର ଚମ୍ପାପୁର ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ୍‌ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚାରିଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ତ୍ରୈଲକ୍ୟ ପ୍ରଧାନ ଓ ତାଙ୍କ ପତ୍ନୀ ସୁରଙ୍ଗିନୀ ପ୍ରଧାନ।

ଆହତ ମୁନା ପ୍ରଧାନ, ତାଙ୍କ ପତ୍ନୀ ଅନପୂର୍ଣ୍ଣା ଓ ସେମାନଙ୍କ ଛୋଟ ଝିଅକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହାସହ ଅଟୋ ଡ୍ରାଇଭରକୁ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତକାଲି ବିଳମ୍ବିତ ରାତିରେ ଏମାନେ ସମସ୍ତେ ଏକ ବିବାହ ଭୋଜିରେ ଯୋଗ ଦେଇ ଅଟୋ ଯୋଗେ ରାଜିଙ୍ଗ ଗାଁରୁ ବଲାସିଙ୍ଗା ଫେରୁଥିଲେ। ତେବେ ଚମ୍ପାପୁର ଛକଠାରେ ବିପରୀତ ଦିଗ ଆଡୁ ଆସୁଥିବା ବସ୍ ସହ ଅଟୋଟିର ମୁହାଁମୁହିଁ ଧକ୍କା ହୋଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତ୍ରୈଲକ୍ୟ ଓ ସୁରଙ୍ଗିନୀଙ୍କୁ ମୃତଘୋଷଣା କରିଥିଲେ। ଅନ୍ୟମାନେ ଡାକ୍ତରଖାନାରେ ଚିକତ୍ସାଧୀନ ଅଛନ୍ତି। ଡ୍ରାଇଭରକୁ ମିଶାଇ ଅଟୋରେ ମୋଟ ୫ଜଣ ଯାତ୍ରୀ ଥିଲେ।

By amfnews

Related Post