Thu. Dec 26th, 2024

ବସକୁ ଧକ୍କା ଦେଲା ଟ୍ରକ ୬ ମୃତ, ୧୦ରୁ ଅଧିକ ଆହତ

By amfnews Nov 17, 2018 #Featured
107 Views

ନୂଆଦିଲ୍ଲୀ, ନଭେମ୍ବର ୧୭: କର୍ଣ୍ଣାଟକର ଜାତୀୟ ରାଜପଥ ୬୩ରେ ଶନିବାର ରାତିରେ ବସକୁ ଏକ ଟ୍ରକ ଧକ୍କା ଦେବାରୁ ଛଅ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଏହା ହୁବୁଳି ନିକଟରେ ଘଟିଛି । ଏହି ଦୁର୍ଘଟଣାର ଖବର ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଂଚି ଚିକିତ୍ସା ନିମନ୍ତେ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭତି କରାଯାଇଛି ।  

ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କର ପରିଚୟ ମିଳିପାରି ନାହିଁ । ସେମାନଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ବ୍ୟବଚ୍ଛେଦ ରିର୍ପୋଟ ଆସିବା ପରେ ଶବ ଚିହ୍ନଟ କରାଯିବା ଓ ପରେ ପରିଜନମାନଙ୍କୁ ହସ୍ତାନ୍ତର କରାଯିବ । ଏହି ଦୁର୍ଘଟଣାଟି କିପରି ଘଟିଲା ଏ ନେଇ  ପୋଲିସ ଏହାର ତଦନ୍ତ ଜାରୀ ରଖିଛି ।

ମିଳିଥିବା ସୂଚନା ଅନୁଯାୟୀ, ସମଗ୍ର ଭାରତ ବର୍ଷରେ ୨୦୧୫ରେ ୫ ଲକ୍ଷ ୧ ହଜାର ୪୩୨ଟି ସଡକ ଦୁର୍ଘଟଣା ଘଟିଛି । ଯେଉଁଥିରେ କି ୪୬ ହଜାର ୧୩୩ ଲୋକଙ୍କ ମୃତ୍ୟୁ ହୋଇଛି । ୨୦୧୬ରେ ୪ ଲକ୍ଷ ୮୦ ହଜାର ୬୫୨ ଦୁର୍ଘଟଣା ଘଟିଛି , ସେଥିରୁ ଏକ ଲକ୍ଷ ୫୦ ହଜାର ୭୮୫ଙ୍କର ମୃତ୍ୟୁ ହୋଇଛି । ୨୦୧୫ ତୁଳନାରେ ୨୦୧୬ରେ ଦୁର୍ଘଟଣା ସଂଖ୍ୟା କମିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି ।

By amfnews

Related Post