Sun. Mar 8th, 2026
136 Views

ବଣାଇ : ହଳ କରିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ବଡ଼ ଗୋଗୁଆ ଗାଁରେ। ମୃତ ଚାଷୀଙ୍କ ନାଁ ଶ୍ୟାମଘନ ସାହୁ।sundergarh

ଆଜି ସକାଳେ ଶ୍ୟାମଘନ ନିଜ ଚାଷ ଜମିରେ ହଳ କରିବାକୁ ଯାଇଥିଲେ। ଏହି ସମୟରେ ଜମି ଭିତରେ ତାଙ୍କର ଏକ ବଳଦ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା। ବଳଦକୁ ଉଦ୍ଧାର କରିବାକୁ ଯାଇ ଶ୍ୟାମଘନ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲେ। ଫଳରେ ବଳଦ ସହ ଶ୍ୟାମଘନଙ୍କ ମଧ୍ୟ  ମୃତ୍ୟୁ ଘଟିଥିଲା। ଏହାପରେ ଗାଁ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ।

ପୁଲିସ୍ ଘଟଣାସ୍ଥରେ ପହଞ୍ଚିଥିଲେ ମଧ୍ୟ ବିଦ୍ୟୁତ୍‌ ବିଭାଗର କୌଣସି କର୍ମଚାରୀ ନ ପହଞ୍ଚିବାରୁ ଗାଁ ଲୋକେ ଓ ମୃତକଙ୍କ ପରିବାର ଲୋକେ ବଣାଇ ବିଦ୍ୟୁତ୍‌ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ପୁଲିସ୍ ମୁତୟନ କରାଯାଇଛି। ବିଦ୍ୟୁତ୍ ବିଭାଗର ବେପରୁଆ ମନୋଭାବ ଯୋଗୁ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଗାଁ ଲୋକେ ଦାବି କରିଛନ୍ତି।

By amfnews

Related Post