Fri. Mar 6th, 2026

ବଲିଉଡ ସହ ଡ୍ରଗ୍ସର ସଂପର୍କକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଭଳି ଏନସିବିକୁ କୌଣସି ପ୍ରମାଣ ମିଳିନାହିଁ: ଗୃହ ମନ୍ତ୍ରାଳୟ

265 Views

ମୁମ୍ବାଇ  : ବଲିଉଡ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁ କରୁ ସେ ଡ୍ରଗ୍ସ ନେଉଥିବା କଥା ସାମ୍ନାକୁ ଆସିଥିଲା। ତାଙ୍କ ପ୍ରେମିକା ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ତାଙ୍କୁ ଡ୍ରଗ୍ସ ଦେଉଥିଲେ ଏବଂ ଡ୍ରଗ୍ସ କ‌ାରବାର କରୁଥିବା କଥା ସାମ୍ନାକୁ ଆସିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ତାଙ୍କୁ ଗିରଫ କରିଥିଲା। ଏହା ପରେ ସେ ବଲିଉଡର ଅନ୍ୟ କଳାକାର ଡ୍ରଗ୍ସ ନେଉଥିବା ଏବଂ ଡ୍ରଗ୍ସ ବେପାରୀଙ୍କ ସହ ସେମାନଙ୍କ ସଂପର୍କ ଥିବା କଥା କହିଥିଲେ, ଯାହା ପରେ ଏ ନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ଜୋର ଧରିଥିଲା। ତେବେ ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କଲା ଭଳି କିଛି ପ୍ରମାଣ ଏନସିବିକୁ ମିଳି ନଥିବା କହିଛି ଗୃହ ମନ୍ତ୍ରାଳୟ।

Parliament and its panels - The Hindu
ମଙ୍ଗଳବାର କେନ୍ଦ୍ର ଗୃହ ମନ୍ତ୍ରାଳୟ ସଂସଦକୁ କହିଥିଲା ଯେ, କୋଭିଡ -୧୯ ଲକ୍ଡାଉନ୍ ସମୟରେ ଡ୍ରଗ୍ ବେପାରୀ ଏବଂ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଥିବା ଲୋକଙ୍କ ସମ୍ପର୍କକୁ ନେଇ ଏନସିବି କୌଣସି କାର୍ଯ୍ୟକ୍ଷମ ଇନପୁଟ୍ ଗ୍ରହଣ କରି ନାହିଁ। ସୂଚନା ମୁତାବକ, ସୋମବାର ଅଭିନେତା ତଥା ସାଂସଦ ରବି କିଶନ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଡ୍ରଗ୍ସ ସଂପର୍କକୁ ନେଇ ଯାଞ୍ଚ ହେବା ଜରୁରୀ ବୋଲି କହିଥିଲେ। ଏହା ପରେ ବରିଷ୍ଠ ଅଭିନେତ୍ରୀ ଜୟା ବଚ୍ଚନ ଏହାକୁ ବିରୋଧ କରି ସିନେମା ଶିଳ୍ପ ବିରୋଧରେ ଷଡ଼ଯନ୍ତ୍ର କରାଯାଉଥିବା କହିଥିଲେ। ଏହି ଘଟଣା ପରେ ସରକାର ଏହି ପ୍ରସଙ୍ଗରେ ବିସ୍ତୃତ ଅନୁସନ୍ଧାନ କରିଛନ୍ତି କି ନାହିଁ ସେନେଇ ଲୋକସଭାରେ ଲିଖିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଗୃହମନ୍ତ୍ରୀ ଜି କିଶନ ରେଡ୍ଡୀ କହିଛନ୍ତି ଯେ, କୋଭିଡ -୧୯ ଲକ୍ଡାଉନ୍ ସମୟରେ ଡ୍ରଗ୍ ବେପାରୀ ଏବଂ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଥିବା ଲୋକଙ୍କ ସମ୍ପର୍କକୁ ନେଇ ଏନସିବି କୌଣସି କାର୍ଯ୍ୟକ୍ଷମ ଇନପୁଟ୍ ଗ୍ରହଣ କରି ନାହିଁ।

By amfnews

Related Post