Sat. Mar 7th, 2026

ବଲିଉଡରୁ ପେସାଦାର ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ପଲ୍ଲବୀ ଏବେ ଆଷ୍ଟ୍ରେଲିଆରେ ଦେଖାଉଛନ୍ତି ଜଲଓ୍ଵା

353 Views

ମୁମ୍ବାଇ:୨୦୧୦ରେ ‘ମାଇ ନେମ୍‌ ଇଜ୍‌ ଖାନ’ ମାଧ୍ୟମରେ ବଲିଉଡ୍‌ରେ ପେସାଦାର ଅଭିନେତ୍ରୀ ଜୀବନ ଆରମ୍ଭ କରିଥିଲେ ପଲ୍ଲବୀ ଶାରଦା। ତାହା ପରେ ଆଉ ଛଅଟି ଫିଲ୍ମରେ ଛୋଟ-ବଡ଼ ଭୂମିକା। ଶେଷ ଥର ପାଇଁ ଦେଖିବାକୁ ମିଳିଥିଲେ ‘ବେଗମ ଜାନ’ରେ, ୨୦୧୭ରେ। ଭୂମିକାଟି ଥିଲା ସ˚କ୍ଷିପ୍ତ। ବାସ୍‌ ଏତିକି!

ବଲିଉଡ୍‌ରେ ତାଙ୍କର ସେ ଭଳି କୌଣସି ଚାହିଦା ନ ଥିଲେ ହେଁ ପଲ୍ଲବୀଙ୍କର ଗ୍ଲାମର‌୍‌ ଦୁନିଆ ସହ ସ˚ପର୍କ ବଳବତ୍ତର ରହିଛି, ମୁଖ୍ୟତଃ ଅଷ୍ଟ୍ରେଲିଆନ୍‌ ଫିଲ୍ମ ମାଧ୍ୟମରେ। ୨୦୦୩ରେ ମୁକ୍ତିଲାଭ କରିଥିବା ‘ସେଭ୍‌ ୟୋର‌୍‌ ଲେଗ୍‌ସ’, ତାଙ୍କର ପ୍ରଥମ ଅଷ୍ଟ୍ରେଲିଆନ୍‌ ଫିଲ୍ମ। ଅଦ୍ୟାବଧି ପାଞ୍ଚଟି ଅଷ୍ଟ୍ରେଲିଆନ୍‌ ଫିଲ୍ମରେ ଅଭିନୟ କରିସାରିଲେଣି। ‘ବିଚାମ୍‌ ହାଉସ୍‌’ ନାମକ ଅଷ୍ଟ୍ରେଲିଆନ୍‌ ଟେଲିଭିଜନ୍‌ ଧାରାବାହିକ ମୁକ୍ତିଲାଭ ଅପେକ୍ଷାରେ।

ତାହା ଛଡ଼ା ‘ଟମ୍‌ ଆନ୍‌ଡ ଜେରି’ ନାମକ ହଲିଉଡ୍‌ କାର୍ଟୁନ୍‌ ଫିଲ୍ମ ପାଇଁ ସେ ଅନୁବନ୍ଧିତ। ଅଣତିରିଶ ବର୍ଷ ବୟସ୍କା ପଲ୍ଲବୀ ଅଷ୍ଟ୍ରେଲିଆନ୍‌ ଗ୍ଲାମର‌୍‌ ଦୁନିଆରେ ସୁପରିଚିତ। ଏହାର ଏକାଧିକ କାରଣ। ପ୍ରଥମ, ତାଙ୍କ ଜନ୍ମ ଅଷ୍ଟ୍ରେଲିଆର ପର୍ଥ‌୍‌ରେ; ଦ୍ବିତୀୟ, ସେ ଅଷ୍ଟ୍ରେଲିଆନ୍‌ ନାଗରିକ; ତୃତୀୟ, ୨୦୧୦ରେ ସେ ଜିଣିଥିଲେ ‘ମିସ୍‌ ଇଣ୍ତିଆ ଅଷ୍ଟ୍ରେଲିଆ’ ଟାଇଟଲ୍‌; ଚତୁର୍ଥ, ସେ ‘ୟୁନିଭର୍ସିଟି ଅଫ୍‌ ମେଲ୍‌ବୋର୍ନ‌୍‌’ର ପ୍ରାକ୍ତନ ଛାତ୍ରୀ। ଶେଷରେ ଅଷ୍ଟ୍ରେଲିଆରେ ମୂଳ ମଜଭୁତ ଥିବାରୁ ସେଠାରେ ସେ ବିଶେଷ ଭାବେ ସକ୍ରିୟ।

By amfnews

Related Post