Fri. Dec 27th, 2024

ବଲାଙ୍ଗିର ଜିଲ୍ଲା କେଜେଡିର ଆବାହକ ହେଲେ ନୀଳମଣି ଯୋଶୀ

By amfnews Nov 21, 2018 #Featured
97 Views

ରାଉରକେଲା, ୨୧ା୧୧ : ବିଶିଷ୍ଟ ସୂଚନା ଅଧିକାର ଆଇନ୍ (ଆର.ଟି.ଆଇ) କର୍ମକର୍ତ୍ତା ନୀଳମଣି ଯୋଶୀଙ୍କୁ ବଲାଙ୍ଗିର ଜିଲ୍ଲା କେଜେଡିର ଆବାହକ ନିଯୁକ୍ତ କରାଯାଇ ଯଥାଶୀଘ୍ର ଜିଲ୍ଲା କମିଟି ଗଠନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଦଳର ରାଜ୍ୟ ସଭାପତି ବୈଦ୍ୟନାଥ ମିଶ୍ର ତାଙ୍କୁ ଏହି ଦାୟିତ୍ୱ ଦେବା ସହ ଜିିଲ୍ଲା ପାଇଁ ଦଳର ଅନ୍ୟତମ ପ୍ରତିଷ୍ଠାତା ସଭ୍ୟ ଦୁର୍ବାଦଳ ବାଗ୍ଙ୍କୁ ସାଙ୍ଗରେ ନେଇ ଉକ୍ତ କମିଟି ଗଠନ କରିବା ପାଇଁ କହିଛନ୍ତି ।

ଶ୍ରୀ ବାଗ୍ ଦଳର ଜଣେ ପ୍ରତିଷ୍ଠାତା ସଭ୍ୟ ତଥା ବଲାଙ୍ଗିର ବାସିନ୍ଦା । କୋସଲ ଆନ୍ଦୋଳନର ଜଣେ ନିଷ୍ଠାପର କର୍ମୀ ଭାବେ ଶ୍ରୀ ଯୋଶୀଙ୍କ ନେତୃତ୍ୱରେ ବଲାଙ୍ଗିରରେ କେଜେଡିର ଏକ ସଶକ୍ତ ଜିଲ୍ଲା ଶାଖା ଗଠିତ ହେବ ବୋଲି ଦଳୀୟ କାର୍ଯ୍ୟାଳୟରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି । ପୂର୍ବରୁ ବଲାଙ୍ଗିର ଜିଲ୍ଲାର ଦାୟିତ୍ୱ ନେଇଥିବା ସତ୍ୟ ମହାକୁରଙ୍କୁ ଜିଲ୍ଲା ସଭାପତି ପଦରୁ ଅବ୍ୟାହତି ଦିଆଯାଇଥିବା ଉକ୍ତ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ।

By amfnews

Related Post