Thu. Jan 23rd, 2025

ବର୍ଷ ଶେଷ ସୁଦ୍ଧା ହାଇକୋର୍ଟରେ ଦେଢ଼ଲକ୍ଷ ବିଚାରାଧୀନ ମାମଲା

By amfnews Jan 1, 2020 #Featured
109 Views

କଟକ : ୨୦୧୯ ବର୍ଷ ଶେଷ ହୋଇଥିବା ବେଳେ ଏବେ ହାଇକୋର୍ଟରେ ଦେଢଲକ୍ଷ ମାମଲା ବିଚାରାଧୀନ ରହିଛି। ନାସନାଲ ଜୁଡିସିଆଲ ଡାଟା ଗ୍ରିଡ୍ (ଏନ୍‌ଜେଡିଜେ) ୱେବସାଇଟ୍‌ରେ ଉପଲବ୍‌ଧ ତଥ୍ୟ ଅନୁସାରେ ୨୦୧୯ ଡିସେମ୍ବର ୩୧ସୁଦ୍ଧା ଓଡ଼ିଶା ହାଇକୋର୍ଟରେ ୧ ଲକ୍ଷ ୫୦ ହଜାର ୮୯ଟି ମାମଲା ବିଚାରାଧୀନ ରହିଛି। ଓଡ଼ିଶା ହାଇକୋର୍ଟରେ ଏବେ ୪୦୦୧୯ ସିଭିଲ କେସ୍, ୪୨୯୬୯ କ୍ରିମିନାଲ କେସ୍, ୬୭୧୦୧ଟି ରିଟ୍ ପିଟିସନ୍ ବିଚାରାଧୀନ ରହିଛି।

ସୂଚନା ଅନୁସାରେ, ହାଇକୋର୍ଟରେ ବିଚାରାଧୀନ ମାମଲା ମଧ୍ୟରୁ ୫୪୩ଟି ସିଭିଲ କେସ୍ ୩୦ ବର୍ଷ ବା ତାଠାରୁ ପରୁଣା ହୋଇଥିବା ବେଳେ ଏବେ ବିଚାରାଧୀନ ରହିଛି। ୩୦ ବର୍ଷ ବା ତାଠାରୁ ପରୁଣା ୭ଟି କ୍ରିମିନାଲ କେସ୍ ଓ ୯ଟି ରିଟ୍ ପିଟିସନ୍ ହାଇକୋର୍ଟରେ ଏବେ ବିଚାରାଧୀନ ରହିଛି। ଏଭଳି ଭାବେ ୩୦ ବର୍ଷରୁ ଅଧିକ ପୁରୁଣା ‌୫୫୯ଟି ମାମଲା ଏବେ ହାଇକୋର୍ଟରେ ବିଚରାଧୀନ ରହିଛି। ସେହିଭଳି ୨୦ରୁ ୩୦ ବର୍ଷ ପୁରୁଣା ୩,୧୭୭ଟି ମାମଲା ହାଇକୋର୍ଟରେ ଏବେ ବିଚାରାଧୀନ ଥିବା ବେଳେ ତା ମଧ୍ୟରେ ୧,୯୨୭ଟି ସିଭିଲ କେସ୍, ୬୫୩ଟି କ୍ରିମିନାଲ କେସ୍ ଓ ୫୯୭ଟି ରିଟ୍ ପିଟିସନ ଅନ୍ତର୍ଭୁକ୍ତ। ୧୦ରୁ ୨୦ ବର୍ଷ ପୁରୁଣା ୨୦,୯୯୨ଟି ବିଚାରାଧୀନ ମାମଲା ହାଇକୋର୍ଟରେ ରହିଛି। ଏଥିମଧ୍ୟରେ ୭,୮୮୮ଟି ସିଭିଲ କେସ୍, ୭୭୦୩ଟି କ୍ରିମିନାଲ କେସ୍ ଓ ୫,୪୦୧ଟି ରିଟ୍ ପିଟିସନ୍ ରହିଛି। ୫ରୁ ୧୦ ବର୍ଷ ପୁରୁଣା ବିଚାରାଧୀନ ମାମଲା ସଂଖ୍ୟା ହେଉଛି ୩୪,୩୬୪। ଏଥି ମଧ୍ୟରେ ୭,୬୫୧ଟି ସିଭିଲ କେସ୍, ୮୪୯୪ଟି କ୍ରିମିନାଲ କେସ୍, ୧୮୨୧୯ଟି ରିଟ୍ ପିଟିସନ୍ ରହିଛି। ସେହିଭଳି ୩ରୁ ୫ ବର୍ଷ ପୁରୁଣା ୨୧,୨୭୩ଟି ବିଚାରାଧୀନ ମାମଲା ମଧ୍ୟରେ ୫୦୯୬ଟି ସିଭିଲ କେସ୍, ୪୫୩୯ଟି କ୍ରିମିନାଲ କେସ୍ ଓ ୧୧୬୩୮ଟି ରିଟ୍ କେସ୍ ରହିଛି। ୧ ବର୍ଷରୁ ୩ ବର୍ଷ ପୁରୁଣା ୨୭,୮୫୪ଟି ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି। ଏଥି ମଧ୍ୟରେ ୬୭୬୨ଟି ସିଭିଲ କେସ୍, ୬୦୮୩ଟି କ୍ରିମିନାଲ କେସ୍ ଓ ୧୫୦୦୯ଟି ରିଟ୍ ପିଟିସନ୍ ବିଚାରାଧୀନ ରହିଛି। ୱେବସାଇଟରେ ଥିବା ତଥ୍ୟ ଅନୁସାରେ ମହିଳାମାନେ ଆବେଦନକାରୀ ଥିବା ୮,୧୭୦ଟି ମାମଲା ଏବେ ହ‌ାଇକୋର୍ଟରେ ବିଚାରାଧୀନ ରହିଛି। ମହିଳାମାନଙ୍କ ପକ୍ଷରୁ ରୁଜୁ ୩, ୪୧୧ ସିଭିଲ କେସ୍, ୧୩୧୩ କ୍ରିମିନାଲ କେସ୍ ଓ ୩,୪୪୬ଟି ରିଟ୍ ପିଟିସନ୍ ବିଚାରାଧୀନ ରହିଛି। ସେହିଭଳି ଭାବେ ବରିଷ୍ଠ ନାଗରିକ ଆବେଦନକ କରିଥିବା ୬,୬୪୫ଟି ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି। ଉଲ୍ଲେଖ୍ୟ, ଓଡ଼ିଶା ହାଇକୋର୍ଟରେ ମଞ୍ଜୁରୀପ୍ରାପ୍ତ ବିଚାରପତି ପଦ ୨୭ ହୋଇଥିବା ବେଳେ ଏବେ ୧୩ ପଦବି ଖାଲି ପଡିଛି।

By amfnews

Related Post