Wed. Dec 25th, 2024

ବର୍ଷା ମୁକାବିଲା: ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଟ୍ୱିନସିଟିରେ ଦିଆଯିବ ରନ୍ଧା ଖାଦ୍ୟ

By Manas Jul 21, 2018 #Featured
223 Views

ଭୁବନେଶ୍ୱର, ଜୁଲାଇ ୨୧: ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଆହୁରି ୪୮ ଘଂଟା ବର୍ଷିବା ନେଇ ସୂଚନା ଦେଇ ସାରିଲାଣି ପାଣିପାଗ ବିଭାଗ । ଅନ୍ୟପଟେ ବର୍ଷା ମୁକାବିଲା ନେଇ ସଚ୍ଚିବାଳୟରେ ସମୀକ୍ଷା ବୈଠକ ଡାକିଥିଲେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମସ୍ତ ବିଭାଗକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନାନୁଯାୟୀ, ଆଜି ମୁଖ୍ୟମନ୍ତ୍ରୀ ଦିନ ୧୧ଟା ୩୦ରେ ବନ୍ୟା ମୁକାବିଲା ତଥା ସମୀକ୍ଷା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ । ବୈଠକ ଶେଷରେ ରାଜ୍ୟରେ ବନ୍ୟା ସ୍ଥିତି ନେଇ ସୂଚନା ଦେଇଛନ୍ତି ଏସଆରସି କମିଶନର ଶ୍ରୀ ବିଷ୍ଣୁପଦ ସେଠୀ । କମିଶନର କହିଛନ୍ତି କି, ମାଲକାନଗିରି, ଜୟପାଟଣା ଅଂଚଳରେ ଜଳବନ୍ଦୀ ଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି । କଟକ ଏବଂ ଭୁବନେଶ୍ୱରରେ ପାଣି ଘେରରେ ଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ଦେବା ପାଇଁ ଦିଆଯିବ । ବନ୍ୟାରେ କୌଣସି ମୃତ୍ୟୁ ଘଟି ନଥିବା ବେଳେ କେବଳ କଲୟାଣସିଂପୁରରେ କାନ୍ଥ ପଡି ୨ଜଣ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି ।

ସେହିପରି ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଛି କିନ୍ତୁ କୌଣସି ସ୍ଥାନରେ ବିପଦ ସଙ୍କେତ ଟପି ନଥିବା କମିଶନର କହିଛନ୍ତି ।

By Manas

Related Post