Sun. Mar 8th, 2026
205 Views

ପୁରୀ  :   ଲଗାଣ ବର୍ଷାରେ ବେହାଲ ହୋଇପଡ଼ିଛି ପର୍ଯ୍ୟଟନ ସହର ପୁରୀ। ଗତ ୨୪ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଅବିଶ୍ରାନ୍ତ ବର୍ଷାରେ ବଡ଼ଦାଣ୍ଡ ଉବୁଟୁବୁ ହୋଇଛି। ଶ୍ରୀମନ୍ଦିର ସିଂହଦ୍ୱାରରେ ପାଣି ଜମିଛି। ଭକ୍ତମାନେ ବର୍ଷା ପାଣିରେ ପଶି ମନ୍ଦିର ଭିତରକୁ ଠାକୁର ଦର୍ଶନ ପାଇଁ ଯାଉଛନ୍ତି।

ସେହିପରି ସହରର ବିଭିନ୍ନ ତଳିଆ ଅଞ୍ଚଳ ସହ ବେଳଭୂମି ସଂଲଗ୍ନ ରାସ୍ତା ବି ପାଣିରେ ବୁଡ଼ି ରହିଛି। ଫଳରେ ସହର ବାସିନ୍ଦାଙ୍କ  ସମେତ ପର୍ଯ୍ୟଟକମାନେ ବି ନାହିଁ ନଥିବା ହିନସ୍ତା ହୋଇଛନ୍ତି।

By amfnews

Related Post