ଭୁବନେଶ୍ବର, ସେପ୍ଟେମ୍ବର ୦୮ : ଅଭିନେତ୍ରୀ ବର୍ଷାଙ୍କ ପ୍ରକୋଷ୍ଠରେ ଗତକାଲି ଅନୁଭବଙ୍କ ସହଯୋଗୀ ଭିଡିଓ ରେକଡିଂ ମାମଲାରେ ୨ ଯୁବକଙ୍କୁ ପୁରୀଘାଟ ଥାନାରେ ହାଜର ହେବାପାଇଁ ନିର୍ଦ୍ଦେଶ ହୋଇଛି ।
ଗତକାଲି ବର୍ଷାଙ୍କୁ ଖାଇବାକୁ ଦିଆଯିବା ସମୟରେ ୨ ଯୁବକ ବର୍ଷାଙ୍କ ଭିଡିଓ କରୁଥିବା ଅଭିଯୋଗ ହୋଇଥିଲା। ଏପରିକି ରୁମ ଭିତରକୁ ଧସେଇ ପଶିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ତେଣୁ ବର୍ଷା ଶହେ ନମ୍ବର କଲ କରିବାକୁ ସୁରକ୍ଷା ଲୋଡିଥିଲେ । ଏନେଇ ପୁରୀଘାଟ ଥାନାରେ ତାଙ୍କ ଓକିଲଙ୍କ ପକ୍ଷରୁ ଆବେଦନ କରାଯାଇଥିଲା। ଅଭିଯୋଗ ପାଇବା ପରେ ମହିଳା ଥାନା ପୋଲିସ ଓ ପୁରୀଘାଟ ପୋଲିସ ତଦନ୍ତ ଆରମ୍ଭ କରିଛି ।
ସେପଟେ ବର୍ଷାଙ୍କ ଓକିଲ କହିଛନ୍ତି ଯେ, ବର୍ଷା ଶାଶୁଘର ଛାଡିବେନାହିଁ । ଶାଶୁ ଘରେ ରହି ମାମଲା ଲଢ଼ିବେ ବୋଲି ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ କହିଛନ୍ତି ।
ସୂଚନାଯୋଗ୍ୟ, ଘରୋଇ ହିଂସା ଅଭିଯୋଗ ଆଣୁଥିବା ବର୍ଷା କେମିତି ଶାଶୁ ଘରେ ରହୁଛନ୍ତି ବୋଲି ଗତକାଲି ଗଣମାଧ୍ୟମରେ ସ୍ୱାମୀ ଅନୁଭବ ମହାନ୍ତି ପ୍ରଶ୍ନ ଉଠାଇଥିଲେ । ଯାହାର ଉତ୍ତରରେ ଆଜି ବର୍ଷାଙ୍କ ଓକିଲ କହିଛନ୍ତି ଅନୁଭବଙ୍କ କଥାରେ ବର୍ଷା ଘର ଛାଡି ପାରିବେ ନାହିଁ ।