Wed. Mar 11th, 2026

ବର୍ଣ୍ଣବୋଧ ପୋଡି ଭିଡିଓ ଭାଇରାଲ୍ ପ୍ରସଙ୍ଗରେ ମୁହଁ ଖୋଲିଲେ ପଦ୍ମଶ୍ରୀ ହଳଧର ନାଗ; କହିଲେ- ଏପରି କାର୍ଯ୍ୟ କରିଥିବା ଲୋକଙ୍କୁ ଧିକ୍କାର କରୁଛି

165 Views

ଭୁବନେଶ୍ୱର  : ୨୦୧୮ ମସିହାରେ ଏକ ୟୁଟ୍ୟୁବ ଚାନେଲରେ ପୋଷ୍ଟ  ହୋଇଥିବା ଓଡ଼ିଆ ବର୍ଣ୍ଣବୋଧ ପୋଡିର ଲିଙ୍କକୁ ‘କୋଶଲି ସାହିତ୍ୟ ଡଟ୍ ଇନ୍’ର  ଫେସବୁକ୍ ପେଜରେ ସେୟାର କରାଯିବା ପରେ ସୋସିଆଲ୍ ମିଡିଆରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା,  ଫେସବୁକ୍ ପେଜର  ଏହି ପୋଷ୍ଟରେ ପଦ୍ମଶ୍ରୀ ହଳଧର ନାଗଙ୍କ ଫଟୋ ସ୍ଥାନୀତ ଥିଲା। ଫଳରେ ଏହି ଘଟଣା ବିବାଦୀୟ ହୋଇଥିଲା। ଆଜି ଏହାକୁ ନେଇ ମତ ରଖିଛନ୍ତି ପଦ୍ମଶ୍ରୀ ହଳଧର ନାଗ। ସେ ପ୍ରତିକ୍ରିୟାରେ କହିଛନ୍ତି, ତାଙ୍କ ଫଟୋ ଦେଖାଇ ଯେଉଁମାନେ ଓଡ଼ିଆ ବର୍ଣ୍ଣବୋଧକୁ ପୋଡିଛନ୍ତି ସେମାନଙ୍କୁ ମୁଁ ଧିକ୍କାର କରୁଛି |

ଲୋକକବି ପଦ୍ମଶ୍ରୀ ହଳଧର ନାଗଙ୍କ ଫଟୋକୁ ବ୍ୟବହାର କରି  ଓଡ଼ିଆ ଭାଷାର ଅସ୍ମିତା ଓ ପରିଚୟକୁ ବଖାଣୁଥିବା ବର୍ଣ୍ଣବୋଧ ପୋଡିର ଭିଡିଓ ସେୟାର କରି ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରାଯାଇଛି | ପୁରୁଣା ବର୍ଣ୍ଣବୋଧ ପୋଡୁଥିବାର ଭିଡିଓକୁ ଏବେ ପୋଷ୍ଟ କରି ଓଡ଼ିଆ ଭାଷାର ମହାନତାକୁ କୁଠାରାଘାତ କରାଯାଇଛି ଯାହାକୁ ନେଇ ମୁହଁ ଖୋଲିଛନ୍ତି ହଳଧର ନାଗ | ହଳଧର କହିଛନ୍ତି ଯେ ତାଙ୍କ ଫଟୋ ଦେଖାଇ ଯେଉଁମାନେ ଓଡ଼ିଆ ବର୍ଣ୍ଣବୋଧକୁ ପୋଡିଛନ୍ତି ସେମାନଙ୍କୁ ସେ ଧିକ୍କାର କରୁଛନ୍ତି।

Aakash Akki@AakashAkki20

Official reply of Haldhar Nag about Chhabila Madhu Barnabodh podi gote Facebook re a video thila mu video ra video karichi

Embedded video

ଫେସବୁକ କ‘ଣ ସେ ଜାଣି ନଥିବାବେଳେ ତାଙ୍କ ଫଟୋ ବ୍ୟବହାର କରାଯିବା ଘଟଣାକୁ ସେ ନିନ୍ଦା କରୁଛନ୍ତି ବୋଲି ମତ ରଖିଛନ୍ତି | ତେବେ ସୋସିଆଲ ମିଡିଆରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା  ବେଳେ ପ୍ରତିବାଦ ହେବା ପରେ ଭିଡିଓ ପୋଷ୍ଟ କରିଥିବା ୟୁଟ୍ୟୁବ ଚ୍ୟାନେଲ ପକ୍ଷରୁ ଭିଡିଓକୁ ହଟାଇ ଦିଆଯାଇଛି | ସେହିପରି ସେହି ଭିଡିଓକୁ ପୋଷ୍ଟ କରିଥିବା ଫେସବୁକ ପେଜରୁ ମଧ୍ୟ ହଳଧରଙ୍କ ଫଟୋକୁ ହଟାଇଦିଆଯାଇଛି |

ଏହି ଘଟଣାକୁ ନେଇ ପ୍ରତିବାଦ କେବଳ ଓଡ଼ିଶାରେ ସୀମିତ ରହିନାହିଁ ବରଂ ଓଡ଼ିଶା ବାହାରେ ରହୁଥିବା ଓଡ଼ିଆଙ୍କୁ ବି ବାଧିଛି | ହାଇଦ୍ରାବାଦରେ ରହୁଥିବା ଲିପ୍ସା ପଣ୍ଡାଙ୍କ କହିବା କଥା ନିଜ ନିଜ ଭିତରେ ମାଡପିଟ ନ ହୋଇ ‘ଏକତା ହିଁ ବଳ’ କୁ ଧ୍ୟାନ ଦେଲେ ସମସ୍ତଙ୍କ ଉପକାର ହୁଅନ୍ତା | ସେହିପରି ବଲାଙ୍ଗୀରର କବି ଗୋବିନ୍ଦ ତ୍ରିପାଠୀଙ୍କ କହିବା କଥା ଯେ ଯେଉଁ ବର୍ଣ୍ଣବୋଧକୁ ପଢି ଭାଷା ଲେଖି ଶିଖିଛନ୍ତି ସେହି ବର୍ଣ୍ଣବୋଧକୁ ପୋଡିବାର ହୀନ କାମକୁ କେବେ ବି ସମର୍ଥନ କରିହେବନି |

ଏଠାରେ ସୂଚନା ଥାଉ କି ୨୦୧୮ ଅଗଷ୍ଟ ୨୬ ତାରିଖରେ ‘ବେନି’ ନାମକ ୟୁଟ୍ୟୁବ୍‌ ଚାନେଲରେ ଭିଡିଓ ତଳେ ଓଡ଼ିଆ ଭାଷାକୁ ନିନ୍ଦା କରାଯାଇ ଲେଖା ଥିବା ବେଳେ ଭିଡିଓରେ କେହି ଜଣେ ମଧୁସୂଦନ ରାଓଙ୍କ ଓଡ଼ିଆ ବର୍ଣ୍ଣବୋଧକୁ ପୋଡ଼ୁଥିଲା | ତେବେ ସେହି ଭିଡିଓଟିକୁ ‘କୋଶଳି ସାହିତ୍ୟ ଡଟ୍‌ ଇନ୍’ ନାମକ ଅନ୍ୟ ଏକ ଫେସବୁକ୍‌ ପୃଷ୍ଠାରେ ଗତକାଲି ସେୟାର କରାଯାଇଥିଲା, ଯାହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିଲା |

By amfnews

Related Post