Sun. Mar 8th, 2026

ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଗୁରୁଦିବସ

199 Views

ରାଉରକେଲା, ୫ା୯ : କୋଏଲନଗର ସି ବ୍ଲକ୍ ମଧୁସୂଦନ ପାର୍କ ପରିସରରେ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଗୁରୁଦିବସ ପାଳିତ ହୋଇଯାଇଛି । ସମିତି ଉପଦେଷ୍ଟା ଭି.ଏନ୍. ରାଜୁ ଉତ୍ସବରେ ସଭାପତିତ୍ୱ କରିଥିଲେ । ସାଧାରଣ ସମ୍ପାଦକ ସୁନାରାମ ମାଝି ସଭାରେ ସମ୍ବର୍ଦ୍ଧିତ ହେବାକୁ ଥିବା ଗୁରୁ କପିଳେଶ୍ୱର ମହାରଣା, ପ୍ରଦୀପ କୁମାର ଦସ୍ତିଦାର, ଆଶୁତୋଷ ଜ୍ୟୋତିଷିଙ୍କୁ ସମ୍ମାନପୂର୍ବକ ମଞ୍ଚକୁ ଆମନ୍ତ୍ରଣ କରିଥିଲେ । ପୂର୍ବତନ ଉପସଭାପତି ଜଳଧର ପ୍ରଧାନ ଗୁରୁମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ଆଶୀର୍ବାଦ ଲାଭ କରିଥିଲେ ।

ଏଥିସହ ସମସ୍ତଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ସମ୍ବର୍ଦ୍ଧନା ସଭାରେ ଜଳଧର ପ୍ରଧାନ, କୁଳମଣି ନାୟକ, ବିଶ୍ୱନାଥ ଜେନା ଓ ଗୁରୁ ଶ୍ରୀ ମହାରଣା, ଦସ୍ତିଦାର ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ଗୁରୁଦିବସର ଆବଶ୍ୟକତା ଓ ଯେଉଁ ମହାପୁରୁଷଙ୍କ ଜନ୍ମ ଦିବସକୁ ଗୁରୁଦିବସ ଭାବେ ପାଳନ କରାଯାଉଛି ସେ ଉପରେ ଆଲୋକପାତ କରିଥିଲେ । ଏଥିସହ ଡ.ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଏକାଧାରାରେ ଜଣେ ଦାର୍ଶନିକ, ବିଶିଷ୍ଟ ଶିକ୍ଷାବିତ୍ ତଥା ପୂର୍ବତନ ରାଷ୍ଟ୍ରପତି ଭାବେ ଦକ୍ଷତାର ସହ କାର୍ଯ୍ୟ ତୁଲାଇଥିଲେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସମିତି ସାଧାରଣ ସମ୍ପାଦକ ସୁନାରାମ ମାଝି ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଦୟାନିଧି ଦେହୁରୀ ଧନ୍ୟବାଦ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଅମରେନ୍ଦ୍ର ପଟ୍ଟନାୟକ, ଚାନ୍ଦମଣି ବେହୁରା, ସୁବାଷ ଚନ୍ଦ୍ର ପାତ୍ର, ରାଜେନ୍ଦ୍ର ପ୍ରସାଦ ମହାନ୍ତି, ଗଙ୍ଗାଧର ବରାଳ, ଇନ୍ଦ୍ରଜିତ ସିଂ, ଏସ୍.ଏନ୍. ଭଟ୍ଟାଚାର୍ଯ୍ୟ, ଏନ୍.ଏଲ୍. ସିଂ, ଗନ୍ଧର୍ବ ନାଏକ, ସୋମନାଥ ସାହୁ, ସୁବାଷ ଦାସ, କାର୍ତ୍ତିକ, କାଳନ୍ଦୀ, ଆର୍.ଏସ୍. ଗୁପ୍ତା, ଜଗଦିଶ ରାୟ, ଏମ୍.ପି. ସିଂ, ହରିବନ୍ଧୁ ବେଉରା, ବିପ୍ର ଚରଣ ସେଠୀ, ତ୍ରିନାଥ ସେଠୀ, ସୁରେନ୍ଦ୍ର ପ୍ରସାଦ ପାଢୀ, କାହ୍ନୁ ଚରଣ ସାହୁ, ସୁବେଦାର ସିଂ, ପଦ୍ମ ଚରଣ ସାହୁ, ଉଦୟ ନାରାୟଣ ବେହୁରିଆ, ପ୍ରଭାତ କୁମାର ମହାନ୍ତି, ଏ.କେ. ଚକ୍ରବର୍ତ୍ତୀ, ରବୀନ୍ଦ୍ର କୁମାର ସାହୁ, ବିଜୁ କୁମାର ପଟ୍ଟନାୟକ, ରମେଶ ଚନ୍ଦ୍ର ଚୌଧୁରୀ, ଶ୍ରୀଧର ରାଉତ ଓ ଆର୍. ପରମାଣିକ ପ୍ରମୁଖ ଉପସ୍ଥିତ ଥିଲେ ।

By amfnews

Related Post