Wed. Mar 11th, 2026

ବରିଷ୍ଠ ଆଇଏଏସ୍‌ ଅଧିକାରୀ ଗଗନ ଧଳଙ୍କ ଇସ୍ତଫା ନେଇ ଚର୍ଚ୍ଚା

268 Views

ଭୁବନେଶ୍ୱର : ବରିଷ୍ଠ ଆଇଏଏସ୍‌ ଅଧିକାରୀ ଗଗନ କୁମାର ଧଳ ସରକାରୀ ଚାକିରିରୁ ଅବସର ଗ୍ରହଣର ୪ ମାସ ପୂର୍ବରୁ ଇସ୍ତଫା ଦେଇଥିବାର ଚର୍ଚ୍ଚା ହେଉଛି।  ୧୯୮୫ ବ୍ୟାଚ୍‌ର ଆଇଏଏସ୍‌ ଅଫିସର୍‌ ଶ୍ରୀ ଧଳ କୃଷି ଉତ୍ପାଦନ କମିଶନର  ଥିଲେ ଓ ସେ ଆସନ୍ତା ଡିସେମ୍ବର ମାସରେ ଅବସର ନେଇଥାନ୍ତେ।

ଗତକାଲି ପ୍ରଶାସନିକ ଅଦଳବଦଳ ବେଳେ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ  କୃଷି ଉତ୍ପାଦନ କମିଶନର ରୂପେ ନିଯୁକ୍ତି ଦିଆଯାଇଛି। ଏଥିପାଇଁ ଶ୍ରୀଧଳ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି। ବରିଷ୍ଠତା ଦୃଷ୍ଟିରୁ ଶ୍ରୀ ଧଳଙ୍କ ନାମ ମୁଖ୍ୟ ଶାସନ ସଚିବ ଏବଂ ଉନ୍ନୟନ କମିଶନର୍‌ ଭାବେ ନିଯୁକ୍ତି ପାଇବା ପାଇଁ ବିଚାର ହେବା କଥା। କିନ୍ତୁ ତାଙ୍କର ବରିଷ୍ଠତାକୁ ଉପେକ୍ଷା କରି ତାଙ୍କ ଠାରୁ କନିଷ୍ଠ ୧୯୮୬ ବ୍ୟାଚର ଆଇଏଏସ୍‌ ଅଧିକାରୀ ଅସିତ ତ୍ରୀପାଠୀ ଏବଂ ସେହି ବ୍ୟାଚ୍‌ର ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଉନ୍ନୟନ କମିଶନ୍‌ର ଭାବେ ନିଯୁକ୍ତି ଦିଆଯାଇଛି।

By amfnews

Related Post