Mon. Mar 9th, 2026

ବରମୁଣ୍ଡା ଅଞ୍ଚଳରୁ ୟୁକୋ ବ୍ୟାଙ୍କର ବରିଷ୍ଠ ମ୍ୟାନେଜର ଆର ରଞ୍ଜିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

559 Views

ଭୁବନେଶ୍ବର: ଭୁବନେଶ୍ବରର ବରମୁଣ୍ଡା ଅଞ୍ଚଳରେ ମିଳିଛି ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ। ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବରର ବରମୁଣ୍ଡା ଅଞ୍ଚଳରେ ଥିବା ହାଉସିଂବୋର୍ଡ କଲୋନୀ ଏମଆଇଜି-୫୧ ଘରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ଏହି ଖବର ଚାରିଆଡ଼େ ପ୍ରଚାରିତ ହେବାଫଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ମୃତକଜଣକଙ୍କର ପରିଚୟ ଅବଶ୍ୟ ମିଳିଛି। ତାଙ୍କର ନାମ ଆର୍. ରଞ୍ଜିତା ରାଓ ବୋଲି ଜଣାଯାଇଛି। ସେ ଭୁବନେଶ୍ବରର ଅଶୋକ ନଗରରେ ଥିବା ୟୁକୋ ବ୍ୟାଙ୍କର ବରିଷ୍ଠ ମ୍ୟାନେଜରଭାବେ କାମ କରୁଥିଲେ।
ସୂଚନା ଅନୁସାରେ, ଖଣ୍ଡଗିରି ଥାନା ବରମୁଣ୍ଡା ହାଉସିଂବୋର୍ଡ କଲୋନୀ ଏମଆଇଜି-୫୧ରେ ଭଡାରେ ରହୁଥିଲେ । ସେ ଅବିବାହିତା ଥିବା ବେଳେ ପରିବାର ସହ ରହୁଥିଲେ । ବୁଧବାର ରାତିରେ ସେ ତାଙ୍କ ଶୋଇବା ଘରେ ଫ୍ୟାନରେ ଝୁଲି ପଡିଥିଲେ । ସକାଳୁ ସେ ନ ଉଠିବାରୁ ପରିବାର ଲୋକଙ୍କ ସନ୍ଦେହ ଉପୁଜୁଥିଲା । ପରେ ସେ ଝରକା ପଟେ ଦେଖିବା ବେଳକୁ ସେ ଝୁଲୁଥିଲେ ।

ଖବରପାଇ ପୁଲିସ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ କରୁଛି । ତେବେ ପ୍ରାଥମିକ ପର୍ଯ୍ୟାୟରେ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିଲା । ଏହାକୁ ନେଇ କିଛିଦିନ ହେଲା ସେ ଚିନ୍ତାରେ ରହୁଥିଲେ । ତେବେ ଉକ୍ତ ଘଟଣାକୁ ନେଇ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଖୁବଶୀଘ୍ର ଘଟଣାର ରହସ୍ୟ ଖୋଲିବ ବୋଲି କୁହାଯାଉଛି ।

Image result for khandagiri police station bhubaneswar

ତେବେ ତାଙ୍କର ମୃତ୍ୟୁକୁ ନେଇ ସନ୍ଦେହ ଉପୁଜିଛି। ଏହା ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ପ୍ରଶ୍ନବାଚୀ ଉଠିଛି। ତେବେ ସେ ଯାହା ହେଉନା କାହିଁକି , ମୃତ୍ୟୁ ପୂର୍ବରୁ ଆର୍. ରଞ୍ଜିତା ରାଓ ‘ମାନା କି ହମ୍ ୟାର ନେହିଁ’ ଗୀତ ଶୁଣିଥିଲେ ଏହାକୁ ନିଜ ଫେସ୍ବୁକ୍ରେ ପୋଷ୍ଟ କରିଥିଲେ ବୋଲି କୁହାଯାଉଛି।

By amfnews

Related Post