Sat. Mar 7th, 2026

ବରଗଡ଼ : ଆସୁଛି ଧନୁଯାତ୍ରା, ଗୋପପୁର ଚଳଚଞ୍ଚଳ

163 Views

ବରଗଡ଼ : ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାକୁ ଆଉ ଅଳ୍ପ ଦିନ। ମଥୁରାରେ ମହାରାଜା କ˚ସଙ୍କ ମହାପ୍ରତାପ ଏବ˚ ଗୋପପୁରରେ କୃଷ୍ଣ-ବଳରାମଙ୍କ ଲୀଳା ଦେଖିବାକୁ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଉଭୟ ଗୋପପୁର ଏବଂ ମଥୁରାରେ କଳାକାରମାନେ ଆଖଡ଼ା ମାଧ୍ୟମରେ ଅଭିନୟ ପ୍ରସ୍ତୁତିକୁ ଶେଷ ସ୍ପର୍ଶ ଦେଉଛନ୍ତି। ଧନୁଯାତ୍ରାର ସୁଉଚ୍ଚ ମୁଖ୍ୟ ତୋରଣ ମୁଣ୍ଡ ଟେକୁଛି। ସହରର ବିଭିନ୍ନ ମୁଖ୍ୟପଥରେ ଆଲୋକ ଖଚିତ ଆକର୍ଷଣୀୟ ତୋରଣ ମଧ୍ୟ ପ୍ରସ୍ତୁତ ହୋଇଛି। ରଂଗମହଲ ଏବଂ ମହାରାଜ କଂସଙ୍କ ଦରବାରକୁ କାରିଗରମାନେ ଚୂଡ଼ାନ୍ତ ରୂପ ଦେବାରେ ଲାଗି ପଡ଼ିଛନ୍ତି। ଏଣେ ଗୋପପୁରରେ ଉତ୍ସବ ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଛି। ସମୁଦାୟ ଗୋପପୁରରେ କୃଷଲୀଳାର ଝଲକ ଦେଖିବାକୁ ମିଳିବା ଆରମ୍ଭ ହୋଇଛି। ନନ୍ଦ ଦରବାରର ସାଜସଜ୍ଜା ମଧୢ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କୃଷ୍ଣ, ବଳରାମଙ୍କ ସମେତ ଗୋପାଳ ଓ ଅନ୍ୟ ଚରିତ୍ରଙ୍କ ପାଇଁ ପୋଷାକ ପ୍ରସ୍ତୁତି ଚାଲିଛି। ଗୋପପୁରବାସୀ ନିଜନିଜ ଘର ସାଜସଜ୍ଜା କରିବାରେ ଲାଗି ପଡ଼ିଛନ୍ତି। ଗୋପପୁରରେ ଥିବା ମନ୍ଦିର ଗୁଡ଼ିକରେ ମଧୢ ର˚ଗୀନ ଚିତ୍ର ଏବ˚ ଆଲୋକମାଳାର ବ୍ୟବସ୍ଥା କରାଯାଇଛି। ଭଗବାନଙ୍କ ଲୀଳା ଏବ˚ ସ˚କ୍ଷିପ୍ତ ଗୀତ ଗୁଡ଼ିକୁ କାନ୍ଥରେ ପ୍ରଦର୍ଶିତ କରିବାକୁ ଯୋଜନା ରହିଛି। ଯମୁନାକୂଳ, କାଳୀୟ ଦଳନ ପୋଖରୀକୁ ସଫା କରାଯାଉଛି। କୃଷ୍ଣଲୀଳାକୁ ଏହାକୁ ଜୀବନ୍ତ ରୂପ ଦେବାକୁ ଉଦ୍ୟମ ଚାଲିଛି। ବସୁଦେବଙ୍କ ମଥୁରାରୁ ଗୋପପୁରକୁ ଆଗମନ ଏବ˚ ଅକ୍ରୁରଙ୍କ ଗୋପପୁରରୁ ମଥୁରାକୁ ପ୍ରସ୍ଥାନ, ଏହି ଆଠ ଦିନ ଗୋପପୁର ଚଳଚଞ୍ଚଳ ରହିବ।

By amfnews

Related Post