Sat. Mar 7th, 2026

ବନ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିବା କୋଇଲା ମାଫିଆ ଗିରଫ

227 Views

ଖୁଣ୍ଟୁଣୀ : ଖୁଣ୍ଟୁଣୀ ଥାନା କଣ୍ଡରେଇ ପଞ୍ଚାୟତ ଅନ୍ତର୍ଗତ ମହାଲକ୍ଷ୍ମୀପୁର ଗ୍ରାମରେ ଗତକାଲି କାଠକୋଇଲା ଜବତ ପାଇଁ ଯାଇଥିବା ବନ ବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିବା କୋଇଲା ମାଫିଆକୁ ପୁଲିସ ମଙ୍ଗଳବାର ଗିରଫ କରିଛି। ଗିରଫ କୋଇଲା ମାଫିଆ ନାମ ହୃଦାନନ୍ଦ ବେହେରା ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତକାଲି କାଠକୋଇଲା ଜବତ ପାଇଁ ଯାଇଥିବା ବନ ବିଭାଗ କର୍ମଚାରୀମାନଙ୍କ ଉପରେ କାଠକୋଇଲା ମାଫିଆ ଓ ତାଙ୍କ ପରିବାର ସଦସ୍ୟ ମାରଣାସ୍ତ୍ର ଧରି କର୍ମଚାରୀଙ୍କୁ ଭୟଭୀତ କରିବା ସହିତ ଢେଲାପଥର ମାଡ଼ କରିଥିଲେ। ଢେଲା ମାଡ଼ରେ ତିନିଜଣ କର୍ମଚାରୀ ଆହତ ହୋଇଥିଲେ। ଗତ ସୋମବାର କାଠକୋଇଲା ମାଫିଆମାନେ ସ୍ପଷ୍ଟ ଦିବାଲୋକରେ ଏଭଳି ଆତଙ୍କରାଜ ଚଳାଇ ବନ ବିଭାଗର ଦୁଇଟି ଗାଡ଼ି ଭଙ୍ଗାରୁଜା କରିବା ସାଙ୍ଗକୁ କିଛି ବସ୍ତା ଜବତ କାଠକୋଇଲା ଛଡ଼ାଇ ନେଇଥିଲେ ବୋଲି ଜଣାପଡ଼ିଛି। ଏ ନେଇ ବିଭାଗ ପକ୍ଷରୁ ଖୁଣ୍ଟୁଣୀ ଥାନାରେ ଅଭିଯୋଗ ପରେ ଏକ ମାମଲା ରୁଜୁ କରି ପୁଲିସ୍‌ ତଦନ୍ତ ଆରମ୍ଭ କରିଥିଲା।

By amfnews

Related Post