Sat. Mar 7th, 2026

ବନ୍ୟା ପ୍ଳାବିତ ପୋଲ ଉପରେ ଆମ୍ବୁଲାନ୍‌ସ୍‌କୁ ବାଟ କଢ଼ାଇ ନେଇଥିବା ୧୨ ବର୍ଷିୟ ବାଳକ ପୁରସ୍କୃତ

174 Views

ବେଙ୍ଗାଲୁରୁ  : ଅନର୍ଗଳ ବର୍ଷା ଯୋଗୁଁ ବନ୍ୟା ପ୍ଳାବିତ ଗୋଟାଏ ପୋଲ ଉପରେ ଅଟକି ରହିଥିବା ଗୋଟାଏ ଆମ୍ବୁଲାନ୍‌ସ୍‌କୁ ବାଟ କଢ଼େଇ ନେଇଥିବା କର୍ଣ୍ଣାଟକର ଜଣେ ୧୨ ବର୍ଷିୟ ବାଳକକୁ ସାହସିକତା ପୁରସ୍କାର ମିଳିଛି। ନିରାପଦରେ ବନ୍ୟାପ୍ଳାବିତ ପୋଲ ଉପରେ ଗାଡ଼ି ଚଳାଇ ନେବାରେ ଡ୍ରାଇଭର୍‌କୁ ସହାୟତା କରିଥିବା ଭେଙ୍କଟେଶ ନାମକ ସେ ବାଳକକୁ ରାଇଚୁର ଜିଲ୍ଲାପାଳ ପୁରସ୍କାର ଦେଇଛନ୍ତି। ଘଟଣାଟି ଘଟିଥିଲା ରାଇଚୁର ଜିଲ୍ଲାର ହିରେରାୟାନାକୁମ୍ପି ଗାଁ’ରେ। ଷଷ୍ଠ ଶ୍ରେଣୀରେ ପଢୁଥିବା ଭେଙ୍କଟେଶ ସାଙ୍ଗମାନଙ୍କ ସହ ନଈକୂଳରେ ଖେଳୁଥିବା ବେଳେ ସାହାଯ୍ୟ କରିବାକୁ ଆମ୍ବୁଲାନ୍‌ସ୍‌ ଡ୍ରାଇଭର୍‌ ତାକୁ ଡାକିଥିଲେ।

ସେ ଯାଇ ଅଣ୍ଟାଏ ପାଣିରେ ପଶି ଡ୍ରାଇଭର୍‌କୁ ପୋଲ ପାରି ହେବାରେ ସାହାଯ୍ୟ କରିଥିଲା। ଜଣେ ଦେଖଣାହାରି ତାଙ୍କ ମୋବାଇଲ୍‌ ଫୋନ୍‌ରେ ଏହି ଦୃଶ୍ୟ ଉତ୍ତୋଳନ କରିଥିଲେ। ବାଟରେ ଅନେକ ଥର ଭେଙ୍କଟେଶ ଝୁଣ୍ଟି ପଡ଼ି ଯାଉଥିବାର ଘଟଣା ସେଥିରେ ଉତ୍ତୋଳିତ ହୋଇଛି। ଏହା ପରେ ଆମ୍ବୁଲାନ୍‌ସ୍‌ ନିକଟବର୍ତ୍ତୀ ଡାକ୍ତରଖାନାକୁ ଯାଇଥିଲା। ସେଥିରେ ଜଣେ ମହିଳାଙ୍କ ଶବ ଓ ଅସୁସ୍ଥ ପିଲା କେତେଜଣ ଥିଲେ ବୋଲି ଖବର ମିଳିଥିଲା। କଥା ପ୍ରଘଟ ହେବା ପରେ ସାହସିକ କାର୍ଯ୍ୟ ଓ ଉପସ୍ଥିତ ବୁଦ୍ଧି ପାଇଁ ସମସ୍ତେ ଭେଙ୍କଟେଶକୁ ପ୍ରଶଂସା କରିଥିଲେ।

By amfnews

Related Post