Tue. Dec 24th, 2024

ବନ୍ୟା ପରେ ରାଟ୍ ଭାଇରସ୍ ଆତଙ୍କ: ୧୪ଦିନରେ ୪୩ଜଣଙ୍କ ମୃତ୍ୟୁ

By amfnews Sep 3, 2018 #Featured
202 Views

କେରଳ, ସେପ୍ଟେମ୍ବର ୦୩ :

 ବନ୍ୟା ପରେ କେରଳବାସୀଙ୍କ ପାଇଁ ଏବେ ନୂଆ ବିପଦ ମାଡି ଆସିଛି । କେରଳରେ ଏବେ  ରାଟ୍ ଭାଇରସ୍ ବ୍ୟାପିବାରେ ଲାଗିଛି । ଅଗଷ୍ଟ ୨୦ରୁ ଏପର୍ଯ୍ୟନ୍ତ ୪୩ଜଣ ଲୋକ ମୃତ୍ୟୁବରଣ କରି ସାରିଲେଣି । ସୂଚନା ମୁତାବକ, କାଲି ଏହି ରୋଗରେ ଦଶ ଜଣଙ୍କର ମୃତ୍ୟୁ ହୋଇଛି । କେରଳର କାସରଗୋଡକୁ ଛାଡି ଅନ୍ୟ ୧୩ଟି ଜିଲ୍ଲାରେ ହାଇ ଆର୍ଲଟ ଜାରି ହୋଇଛି ।

ଏହି ରୋଗର ଲକ୍ଷଣ ଗୁଡିକ ହେଉଛି ଭୀଷଣ ଜ୍ୱର, ମୁଣ୍ଡ ବ୍ୟଥା, ଥଣ୍ଡା ଲାଗିବା, ପେଟ କାଟିବା, କୁଣ୍ଡେଇ ହେବା ଇତ୍ୟାଦି । କିଡନୀ ଏବଂ ଲିଭର ରୋଗରେ ପୀଡିତ ଥିବା ଲୋକଙ୍କୁ ଏହା ବହୁତ ଶୀଘ୍ର ଆକ୍ରାନ୍ତ କରିଥାଏ । ରାଜ୍ୟ ସରକାର ଏନେଇ ବନ୍ୟା ପ୍ରଭାବିତ ହୋଇଥିବା ଲୋକଙ୍କୁ ସଚେତନ କରାଇଛନ୍ତି ଏବଂ ଉପଯୁକ୍ତ ପଦକ୍ଷେପ ଉଠାଇଛନ୍ତି । ଏହା ସହ ସଫା କରିବା କାମରେ ଲାଗିଥିବା ଲୋକମାନଙ୍କୁ ଡକ୍ସିସାଇଲିନର ଡୋଜ ନେବା ପାଇଁ କହିଛନ୍ତି । ଏତଦ୍ ବ୍ୟତୀତ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ସରକାରୀ ହସ୍ପିଟାଲରେ ଅଧିକରୁ ଅଧିକ ମେଡିସିନର ସୁବିଧା ଯୋଗାଇ ଦିଆଯାଇଛି ।

By amfnews

Related Post