Sun. Mar 8th, 2026

ବନ୍ଧୁ, ପ୍ରେମ ଓ ବ୍ରେକଅପ୍‌: ଏବେ ଅଶ୍ଳୀଳ ଭିଡିଓ ଭାଇରାଲ କରି ପ୍ରେମିକ ଗିରଫ

176 Views

କେନ୍ଦୁଝର(ପ୍ରଣୟ ପାଣି):ପ୍ରେମିକାଙ୍କ ସହ ବିତାଇଥିବା କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଅଶ୍ଳୀଳ ଭିଡିଓକୁ ଭାଇରାଲ କରି ପ୍ରେମିକ ଗିରଫ୍ । ଘଟଣାଟି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅଂଚଳରେ ଘଟିଛି। ଗତ କିଛି ଦିନ ହେବ ଯୋଡ଼ା ଓ ଆଖ ପାଖ ଅଂଚଳରେ ଏହି ଅଶ୍ଳୀଳ ଫଟୋ ଓ ଭିଡିଓ ମୋବାଇଲକୁ ମୋବାଇଲ୍ ଘୁରି ବୁଲୁଥିଲା । ଏହି ଘଟଣା ଜାଣିବା ପରେ ଯୁବତୀଙ୍କ ପରିବାର ପକ୍ଷରୁ ଯୋଡ଼ା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଯୋଡ଼ା ପୋଲିସ୍ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା ଏବଂ ଘଟଣାରେ ସଂପୃକ୍ତ ପ୍ରେମିକ ଜଣକୁ ପୋଲିସ ଉଠାଇ ନେଇ ପଚରା ଉଚୁରା କରୁଥିଲା। ତେବେ ତାଙ୍କୁ ଆଜି ପୁଲିସ ଗିରଫ କରିଛି।

ଡାକ୍ତରୀ ମାଇନା କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି । ଅଭିଯୁକ୍ତ ପ୍ରେମିକର ଘର ଚମ୍ପୁଆ, ନନ୍ଦିପଦା ଅଂଚଳରେ ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ,  ୮ମ ଶ୍ରେଣୀରୁ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ଗଢ଼ି ଉଠିଥିଲା ଏବଂ ଯୁକ୍ତ ୨ ବେଳକୁ ତାହା ପ୍ରେମ ସଂପର୍କରେ ପରିଣତ ହୋଇ ପରସ୍ପର ମଧ୍ୟରେ ସଂପର୍କ ଗଢ଼ି ଉଠିଥିଲା ।

ମାତ୍ର ପରବର୍ତୀ ସମୟରେ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ଓ ପ୍ରେମିକା ପ୍ରେମିକଙ୍କ ଠାରୁ ଦୂରେଇ ଯାଇଥିଲେ । ଏହାପରେ ପ୍ରେମିକ ଯୁବତୀଙ୍କ ସହ ବିତାଇଥିବା କିଛି ଅନ୍ତରଙ୍ଗ ମୁହୂର୍ତ୍ତ ଫଟୋ ଓ ଭିଡିଓ କ୍ଲିପ୍ ହ୍ୱାଟସ୍ ଆପ୍ ଗ୍ରୁପରେ ଭାଇରାଲ କରିଥିଲେ ।

By amfnews

Related Post