Sun. Mar 8th, 2026

ବନ୍ଧୁତ୍ୱ ଦିବସରେ ବଲିଉଡ ଗୀତକୁ ମନେ ପକାଇ ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

296 Views

ନୂଆଦିଲ୍ଲୀ  : ଆଜି ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ। ଏହି ଅବସରରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି। ଭାରତରେ ଥିବା ଇସ୍ରାଏଲ ଦୂତବାସ ପକ୍ଷରୁ ଏହି ଟୁଇଟ୍ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନଙ୍କର କିଛି ଫଟୋକୁ ଯୋଡି ଭିଡିଓ ପୋଷ୍ଟ କରାଯାଇଛି।

Israel in India

@IsraelinIndia

Happy India!

May our ever strengthening friendship & touch greater heights.
ये दोस्ती हम नहीं तोड़ेंगे….. 🇮🇱❤🇮🇳

Embedded video

ଯେଉଁଥିରେ ଉଲ୍ଲେଖ ରହିଛି ଆଗକୁ ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱ ଜାରି ରହୁ ଏବଂ ଦୁଇ ଦେଶକୁ ଶିଖରେ ପହଞ୍ଚାଉ। ଏଥିସହ ବଲିଉଡ ଅଭିନେତା ଅମିତାଭ ବଚ୍ଚନ, ଧର୍ମେନ୍ଦ୍ର ଏବଂ ହେମା ମାଳିନୀଙ୍କ ଦ୍ଲାରା ଅଭୀନିତ ଫିଲ୍ମ ୧୯୭୫ର ବଲିଉଡ ହିଟ୍ ଫିଲ୍ନ ‘ଶୋଲେ’ର ଲୋକପ୍ରିୟ ଗୀତ ‘ୟେ ଦୋସ୍ତି ହମ୍ ନହିଁ ତୋଡେଙ୍ଗେ’ ଗୀତକୁ ଟୁଇଟ ପୋଷ୍ଟରେ ଉଲ୍ଲେଖ ରହିଛି।

ସୂଚନାଯୋଗ୍ୟ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ଓ ଭାରତର ପ୍ରଧାନମନ୍ତ୍ରୀଙ୍କ ବନ୍ଧୁତ୍ୱ ବହୁତ ଭଲ। ଆସନ୍ତା ମାସରେ ଇସ୍ରାଏଲରେ ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନ ରହିଛି। ଏହି ଅବସରରେ ବେଞ୍ଜାମିନଙ୍କ ଦଳ ଲିକୁଡ୍ ପାର୍ଟିର ଅଫିସ କୋଠାରେ ଏହି ବିଜ୍ଞାପନ ହୋର୍ଡିଂ ଦେଖିବାକୁ ମିଳିଥିଲା। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଏକ ନିର୍ବାଚନୀ ବିଜ୍ଞାପନ ଦେଖିବାକୁ ମିଳିଥିଲା। ସେପ୍ଚେମ୍ୱର ୯ରେ ଦିନିକିଆ ଭାରତ ଗସ୍ତରେ ମଧ୍ୟ ବେଞ୍ଜାମିନ୍ ନେତାନ୍ୟାହୁ ଆସିବୋ ବୋଲି ଜଣାପଡ଼ିଛି।

By amfnews

Related Post