Sat. Mar 7th, 2026

ବନ୍ଧା ହେଲେ ସରପଞ୍ଚଙ୍କ ସ୍ୱାମୀ : ଏସ୍‌ପି କହିଲେ ଅନୈତିକ ସମ୍ପର୍କ ଥିଲା

234 Views

ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳା ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାରେ ହରିଦାସପୁର ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ର ଗିରଫ କରାଯାଇଛି। ଏହି ଘଟଣାକୁ ନେଇ ଉଭୟ କଂଗ୍ରେସ  ଓ ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କୁହାଯାଉଛି। ସେପଟେ ଯାଜପୁର ଏସପିଙ୍କ କହିବା ଅନୁଯାୟୀ ସମ୍ପୃକ୍ତ ରୂପେଶଙ୍କୁ ଗିରଫ କରାଯାଇଛି। ମୃତ ସ୍ମିତାରାଣୀ ଓ ରୂପେଶଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିବା ଏସପି ଆଜି କହିଛନ୍ତି।

ଉଭୟେ ଦୀର୍ଘଦିନ ଧରି ସମ୍ପର୍କରେ ଥିଲେ। ତେବେ ପ୍ରାଥମିକ ତଦନ୍ତ ରିପୋର୍ଟକୁ ଆଧାର କରି ରୂପେଶଙ୍କୁ ରିରଫ କରାଯାଇଛି। ତଦନ୍ତ ଆହୁରୀ ଜାରି ରହିଛି। ସେପଟେ ମୃତ ସ୍ମିତାରାଣୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ଆସିଛି। ରିପୋର୍ଟରେ ସ୍ମିତାରାଣୀଙ୍କ ଶରରେ କୌଣସି ଇଞ୍ଜ୍ୟୁରି ନଥିବା ପୁଲିସ କହିଛି। ତେଣୁ ସ୍ମିତାରାଣୀଙ୍କ ମୃତ୍ୟୁରୁ ନେଇ ରହସ୍ୟ ଆହୁରି ଘନିଭୂତ ହୋଇଛି। ତାଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି, ତାକୁ ନେଇ ମଧ୍ୟ ତଦନ୍ତ ଜାରି ରହିଛି।

ସୂଚନା ଯୋଗ୍ୟ ଯେ, ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ବ୍ୟକ୍ତିଗତ ଗେଷ୍ଟହାଉସ୍ ରେ ହିଁ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ଘଟିଥିଲା। ଭତ୍ତା ଟଙ୍କା ବାଣ୍ଟିବା ସାରିବା ପରେ ସରପଞ୍ଚଙ୍କ ଅନୁପସ୍ଥିତିରେ ମଧ୍ୟାହ୍ନରେ ଏହି ଗେଷ୍ଟ ହାଉସ୍‌କୁ ଯାଇଥିଲେ ସ୍ମିତା। କିନ୍ତୁ ଦୁର୍ଭାଗ୍ୟକୁ ଏହାର କିଛି ଘଣ୍ଟା ପରେ ରହସ୍ୟଜନକ ଭାବେ ମିଳିଲା ସ୍ମିତାଙ୍କ ମୃତଦେହ। ସେପଟେ ପରିବାର ଲୋକେ ମୃତ୍ୟୁ ପଛରେ ଷଡଯନ୍ତ୍ର ଥିବା ଆଶଙ୍କା କରିବା ସହ କର୍ମକ୍ଷେତ୍ରରେ ଚାପ ପଡ଼ୁଥିଲା ବୋଲି ଅଭିଯୋଗ କରିଛନ୍ତି ସ୍ମିତାଙ୍କ ଇଂଜିନିୟର ସ୍ୱାମୀ।

ବିଭିନ୍ନ ସମୟରେ ବେନିୟମ କାମ କରିବାକୁ ବାଧ୍ୟ କରାଯିବା ସହ ବାରମ୍ବାର ଫୋନ୍ କଲ୍ ଆସୁଥିଲା ବୋଲି ସ୍ୱାମୀ ଅଭିଯୋଗ କରିଛନ୍ତି । ସେପଟେ ସରପଞ୍ଚଙ୍କ ସ୍ୱାମୀ ତଥା ଗେଷ୍ଟହାଉସ୍ ମାଲିକ ରୂପେଶ ଭଦ୍ରଙ୍କ ସମେତ ୫ ଜଣଙ୍କୁ ଅଟକ ରଖି ଖୋଳତାଡ଼ କରୁଛି ପୋଲିସ । ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦାବି କରାଯାଇଛି। ଏହି ମୃତ୍ୟୁ ଘଟଣାରେ ବିଜେଡିର ବଡ଼ବଡ଼ିଆ ନେତା ଓ ମାଫିଆଙ୍କ ସମ୍ପୃକ୍ତି ଥିବା କଂଗ୍ରେସ ଅଭିଯୋଗ କରିଛି

By amfnews

Related Post