Sun. Mar 8th, 2026

ବନ୍ଦ ହେଲା ଧଉଳି, ତାରାତାରିଣୀ ପୀଠରେ ଲାଗିଲା ରୋକ

130 Views

ଭୁବନେଶ୍ୱର/ବ୍ରହ୍ମପୁର : କରୋନାକୁ ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀଉଦ୍ୟାନ, ଷ୍ଟେଟ୍‌ ବଟାନିକାଲ ଗାର୍ଡେନ୍ ପରେ ଆଜିଠୁ ମାର୍ଚ୍ଚ ୩୧ ଯାଏ ପର୍ଯ୍ୟଟକଙ୍କ ପାଇଁ ଧଉଳି ବନ୍ଦ ନେଇ ଘୋଷଣା ହୋଇଛି। ଏହାସହ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ ସୂଚନା ଦେଇଛନ୍ତି।

ସେଣ୍ଟ୍ରାଲ୍‌ ଜୁ ଅଥରିଟିଙ୍କ ନିର୍ଦ୍ଦେଶକ୍ରମେ ସଚେତନତା ବୃଦ୍ଧି ଲାଗି ନନ୍ଦନକାନନ ପ୍ରାଣୀଉଦ୍ୟାନ ପରିସରରେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି। ପ୍ରାଣୀ ଉଦ୍ୟାନରେ କାମ କରୁଥିବା ଲୋକଙ୍କୁ ମାସ୍କ ପିନ୍ଧିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚୈତ୍ର ପର୍ବରେ ତାରାତାରିଣୀ ପୀଠରେ ଅଧିକ ଜନସମାଗମ ନ କରିବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ। ଏହି ବୈଠକରେ ତାରାତାରିଣୀ ଉନ୍ନୟନ କମିଟି, RTO, ବିଧାୟକ ଓ SP ପ୍ରମୁଖ ଉପସ୍ଥିତ ଥିଲେ।

ତାରାତାରିଣୀଙ୍କ ଚୈତ୍ର ପର୍ବ ପୂଜା ବିଧି ଯଥାରୀତି ହେବ ବୋଲି ଜିଲ୍ଲାପାଳ କହିଛନ୍ତି। ସମାଗମ ସ୍ଥଳରେ ଗାଡ଼ି ବ୍ୟବସ୍ଥା ଉପରେ କଟକଣା ଜାରି କରାଯାଇଛି। ପାନୀୟ ଜଳ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା ପ୍ରତ୍ୟାହାର କରାଯାଇଛି। ଏଥିସହ ଏହି ପୀଠରେ ଛୋଟ ପିଲାଙ୍କ ମୁଣ୍ଡନ କାର୍ଯ୍ୟ ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି।

By amfnews

Related Post