Sat. Nov 23rd, 2024

ବନ୍ଦେ ଭାରତ ମିଶନ: ବିଦେଶରୁ ଆସିଲେ ୧୦ ଲକ୍ଷ ଲୋକ, ଭାରତରୁ ଗଲେ ୧.୩୦ ଲକ୍ଷ

By amfnews Aug 11, 2020 #Featured
121 Views

ନୂଆଦିଲ୍ଲୀ, ଅଗଷ୍ଟ ୧୧ : କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୋମବାର କହିଛନ୍ତି, କରୋନା ଭାଇରସ ମହାମାରୀ ପରେ ବିଦେଶରୁ ୧୦ ଲକ୍ଷ ଭାରତୀୟ ସ୍ୱଦେଶ ଫେରିଛନ୍ତି । ଭାରତୀୟମାନେ ବିଦେଶରୁ ବନ୍ଦେ ଭାରତ ମିଶନ ଯୋଜାନରେ ଆସିଛନ୍ତି । କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଭାରତରୁ ୧ ଲକ୍ଷ ୩୦ ହଜାର ବିଦେଶୀ ନାଗରିକ ଫେରିଯାଇଛନ୍ତି ।

କେନ୍ଦ୍ର ମନ୍ତ୍ରୀ ନିଜର ଟୁଇଟର ଆକାଉଣ୍ଟରେ ଲେଖିଛନ୍ତି କରୋନା ଭାଇରସ ପରେ କେନ୍ଦ୍ର ସରକାରଙ୍କ ବନ୍ଦେ ଭାରତ ମିଶନ ଯୋଜନାରେ ପାଖାପାଖି ୧୦ ଲକ୍ଷ ପ୍ରବାସୀ ଭାରତୀୟ ସ୍ୱଦେଶକୁ ଆସିଛନ୍ତି । ସେହିଭଳି ୧ ଲକ୍ଷ ୩୦ ହଜାର ବିଦେଶୀ ନାଗରିକ ସେମାନଙ୍କ ଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ସୋମବାର (ଅଗଷ୍ଟ ୧୦, ୨୦୨୦) ୫୩୬ ଭାରତୀୟ ବିଦେଶରୁ ଭାରତ ଫେରିଛନ୍ତି । ଏଥିରେ ଆବୁଧାବିରୁ କୋଝିକୋଡ ୧୭୪ ଜଣ , ସାରଜାରୁ ମୁମ୍ବାଇ ୧୬୯ ଜଣ, ଦୁବାଇରୁ କୋଚି ୧୮୦ ଜଣ, ଦୁବାଇରୁ ହାଇଦ୍ରାବାଦ ୧୭୭ ଜଣ, ଦୁମାଇରୁ ମଦୁରାଇ ୧୬୯ ଜଣ, ମାସକଟରୁ ବେଙ୍ଗାଲୁରୁ-ମେଙ୍ଗାଲୁରୁ ୧୭୬ ଜଣ, ଆବୁଧାବିରୁ ତିରୁଅନନ୍ତପୁରମ ୧୮୫ ଜଣ, ଦୁବାଇଣୁ କୋଇମ୍ବାଟୁର, ଦୁବାଇରୁଦିଲ୍ଲୀ ୧୬୪, କୁଆଲାଲମପୁରରୁ ବେଙ୍ଗାଲୁରୁ-କୋଚି ୧୬୬ ଜଣ, ସାରଜାରୁ କୋଚି ୧୭୯ ଜଣ, ମାସକାଟରୁ ତିରଚି ୧୮୧ ଜଣ, ଆବୁଧାବିରୁ କନ୍ନୁର ୧୮୨ ଜଣ, ମାସକଟରୁ କୋଝିକୋଡ ୧୭୯ ଜଣ, ସାରଜାରୁ ବେଙ୍ଗାଲୁରୁ ୧୭୯ ଜଣ, ସାରଜାରୁ ମାଙ୍ଗାଲୁରୁ ୧୮୨ ଜଣ, ୱାଶିଂଟନରୁ ଦିଲ୍ଲୀ, ଅହମଦାବାଦ, ମୁମ୍ବାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ, ଚେନ୍ନାଇ ଓ କୋଚି ୧୪୯ ଜଣ ।

By amfnews

Related Post