Thu. Dec 26th, 2024

ବଦଳିବ ନିୟମ ! ରାତି ୧୧ଟା ପରେ ହଷ୍ଟେଲ ଆସିବାକୁ ମିଳି ନପାରେ ଅନୁମତି

By amfnews Nov 13, 2019 #Featured
219 Views

ଦିଲ୍ଲୀ: ଜେଏନ୍‌ୟୁ (ଜବାହରଲାଲ୍‌ ନେହରୁ ବିଶ୍ବବିଦ୍ୟାଳୟ)ର ଛାତ୍ର ସଂଗଠନ ଦ୍ବାରା ଗତ ୧୫-୨୦ ଦିନ ଧରି ବିଭିନ୍ନ ଦାବି ସମେତ ହଷ୍ଟେଲ୍‌ ଫି’‌ ବୃଦ୍ଧିକୁ ବିରୋଧ କରି ଜେଏନ୍‌ୟୁ ପରିସର ବାହାରେ ଜୋରଦାର ଆନ୍ଦୋଳନ ଜାରି ରହିଛି । ଆନ୍ଦୋଳନ ସମୟରେ ପୁଲିସ ଏବଂ ଛାତ୍ରଗୋଷ୍ଠୀ ବାରମ୍ବାର ମୁହାଁମୁହିଁ ହେଉଛନ୍ତି । ଛାତ୍ରମାନେ ହଷ୍ଟେଲ୍‌ ପାଇଁ ଲାଗୁ ହୋଇଥିବା କିଛି ନୂଆ ନିୟମାବଳୀ ପ୍ରତ୍ୟାହାର ପାଇଁ ଦାବି କରିଥିଲେ। ନୂଆ ନିୟମାବଳୀ ଅନୁଯାୟୀ ହଷ୍ଟେଲ୍‌ ଫି ପ୍ରାୟ ୩୦୦ ପ୍ରତିଶତ ବୃଦ୍ଧି ପାଇଥିବାରୁ ଛାତ୍ରମା‌ନେ ଏହାର ବିରୋଧ କରୁଛନ୍ତି |

ଏହା ଛଡା ରାତି ୧୧ଟା ପରେ ଯେଭଳି ହଷ୍ଟେଲ ବାହାରେ ଛାତ୍ରଛାତ୍ରୀ ରହି ନ ପାରିବେ ସେଥିପାଇଁ କଟକଣା ଜାରି କରାଯାଇଛି | ପାଠାଗାର ବନ୍ଦ ଦେବାର ଅଧଘଣ୍ଟା ମଧ୍ୟରେ ଯେଭଳି ସମସ୍ତ ଛାତ୍ରଛାତ୍ରୀ ହଷ୍ଟେଲକୁ ଫେରିବେ ସେ ନେଇ ନୂଆ ନିୟମାବଳୀ ପ୍ରସ୍ତୁତ କରାଯାଇଛି | ଯଦି କେହି ଛାତ୍ର ବା ଛାତ୍ରୀ ହଷ୍ଟେଲ ବାହାରେ ରହିବେ ସେଥିପାଇଁ ଲିଖିତ ଅନୁମତି ନେବାକୁ ପଡିବ |

ଯାହାକୁ ଅଧିକାଂଶ ଛାତ୍ରଛାତ୍ରୀ ବିରୋଧ କରୁଛନ୍ତି | ସେହିପରି କୌଣସି ଛାତ୍ରଙ୍କ ରୁମରେ ରାତି ୧୦ଟା ୩୦ ପରେ କେହି ବି ଅନ୍ୟ ଲୋକ ରହିପାରିବେନି | ଏଭଳି ହେଲେ ଛାତ୍ରଙ୍କ ଉପରେ ୨୦ ହଜାର ଟଙ୍କା ଜରିମାନା ଲଗାଯିବା ନେଇ ନିୟମ ହୋଇଛି | ଏସବୁକୁ ଛାତ୍ରଛାତ୍ରୀ ବିରୋଧ କରୁଛନ୍ତି |

By amfnews

Related Post