Fri. Mar 6th, 2026

ବଣ୍ଡା ଯୁବକ ଖୋଖୋ ଖେଳରେ ଭାରତ ପାଇଁ ଆଣିଲେ ସ୍ୱର୍ଣ୍ଣ ପଦକ।

323 Views

ମାଲକାନଗିରି ଜିଲ୍ଲାର ଜଣେ ଆଦିମ ବଣ୍ଡା ଆଦିବାସୀ ଯୁବକ ଭାରତୀୟ ଖୋ ଖୋ ଟିମରେ ଖେଳିବା ପାଇଁ ସୁଯୋଗ ପାଇ ବିଦେଶ ଯାତ୍ରା କରି ଦେଶ ପାଇଁ ଆଣିଛନ୍ତି ସ୍ୱର୍ଣ୍ଣ ପଦକ।ସୁଦୂର ଇଂଲଣ୍ଡରେ ଅନୁଷ୍ଠିତ ଆନ୍ତର୍ଜତୀୟ ପ୍ରତିଯୋଗୀତାରେ ସେ ଭାଗ ନେଇ ଦେଶ, ରାଜ୍ୟ ଓ ମାଲକାନଗିରି ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି।ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡ଼ା ବଣ୍ଡା ଘାଟିର ଜଣେ ଗରିବ ଆଦିମ ବଣ୍ଡା ଯୁବକ ଅଜୟ କୁମାର ମାନ୍ଦ୍ରା, ସେ ଏବେ ଭୁବନେଶ୍ଵର ଠାରେ କିସ ସଂସ୍ଥାରେ ଯୁକ୍ତ ୨ ରେ ଅଧ୍ୟୟନ କରୁଛନ୍ତି।
ସେ ଜଣେ ଉତ୍ତମ କ୍ରୀଡାବିତ୍, ରାଜ୍ୟ ର ଜାତୀୟ ସ୍ଥର ଖୋଖୋ କ୍ରୀଡା ପ୍ରତିଯୋଗିତାରେ ଭାଗନେଇ ଅନେକ ଥର ପୁରସ୍କୃତ ହୋଇଛନ୍ତି। ଚଳିତ ବର୍ଷ ସେପ୍ଟେମ୍ବର ମାସ ୧ ତାରିଖ ଠାରୁ ୪ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡ ଠାର ଆନ୍ତର୍ଜାତୀୟ ଖୋଖୋ କ୍ରୀଡ଼ା ପ୍ରୀତିଯୋଗୀତାରେ ଭାରତ ପକ୍ଷରୁ ଖେଳି ସ୍ବର୍ଣ୍ଣ ପଦକ ଆଣିଛନ୍ତି। ଆଦିବାସୀ ଆଧ୍ୟୁଷିତ ବଣ ପାହାଡ଼ ଘେରା ଅପହଞ୍ଚ ଇଲାକା ବଣ୍ଡା ଘାଟିର ଆଦିମ ବଣ୍ଡା ସଂପ୍ରଦୟାର ଯୁବକ ଅଜୟ ସୁଦୂର ଦରିଆପାରି ବିଦେଶ ଯାତ୍ରା କରି ଜିଲ୍ଲା ପାଇଁ ଏପରି କୃତିତ୍ୱ ହାସଲ କରିବା ଫଳରେ ପୁରା ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ଏବଂ ଅଜୟ କୁ ଶୁଭେଚ୍ଛା ର ସୁଅ ଛୁଟୁଛି।
ଆନ୍ତର୍ଜାତୀୟ ଖୋଖୋ କ୍ରୀଡା ପ୍ରତିଯୋଗୀତାରେ ଦେଶରସମ୍ମାନ ବଢାଇଥିବାରୁ ଜିଲ୍ଲାପାଳ ମନୀଷ ଅଗ୍ରୱାଲ, ଏସପି ଜଗମୋହନ ମୀନା, ଅତିରିକ୍ତ ଜିଲ୍ଲାପାଳ ଅଯୋଧ୍ୟା କାନ୍ତ ଶତପଥୀ, ଜିଲ୍ଲା କ୍ରୀଡା ଅଧିକାରୀ ଜ୍ଞାନେନ୍ଦ୍ର ବଢ଼ାଇ,ଜୁଡୋ ଆସୋସିଏସନ ଓ ମାର୍ଶଲ ଏକାଡେମୀ ପରିଚାଳକ ବିନାଶ କୁମାର ମିଶ୍ରଙ୍କ ସହିତ ଅନ୍ୟାନ୍ୟ କ୍ରୀଡ଼ାବିତ, ଜିଲ୍ଲା ବାସୀ ସଫଳ କାମନା କରି ବଧେଇ ଜଣାଇଛନ୍ତି।

By amfnews

Related Post