Sun. Mar 8th, 2026

‘ବଣ୍ଟି ଅର ବବଲି’ ଫିଲ୍ମର ସିକ୍ୱେଲ୍ ରେ ଏହି ହିରୋଙ୍କ ସହ ନଜର ଆସିପାରନ୍ତି ମିସ୍ ୱାଲ୍ଡ ମାନୁଷି ଚିଲ୍ଲର

222 Views

୨୦୦୫ ସମିହାରେ ରାଣୀ ମୁଖାର୍ଜୀ ଏବଂ ଅଭିଷେକ ବଚନ ଅଭିନିତ ଫିଲ୍ମ ‘ବଣ୍ଟି ଅର ବବଲି’ ର ସିକ୍ୱେଲ ନିର୍ମାଣ କରିବାର ପ୍ରସ୍ତୁତି ଚାଲିଛି । ଏହି ଫିଲ୍ମ ପାଇଁ ଅନେକ ସେଲିବ୍ରେଟିମାନଙ୍କ ନାମ ସାମ୍ନାକୁ ଆସୁଛି ଯେଉଁମାନେ ‘ବଣ୍ଟି ଅର ବବଲି’ର ସିକ୍ୱଲ ରେ ନଜର ଆସିବେ । ଆସୁଥିବା ସିକ୍ୱେଲରେ ଦୁଇ ଜଣ ବଣ୍ଟି ଏବଂ ଦୁଇ ଜଣ ବବଲି ଦର୍ଶକମାନଙ୍କୁ ଆହୁରି ମନୋରଞ୍ଜନ କରିବାକୁ ଯାଉଛନ୍ତି ।

୨୦୧୭ରେ ମିସ୍ ୱାଲ୍ଡ ମୁକୁଟ ଜିତି ଥିବା ମାନୁଷି ଚିଲ୍ଲରଙ୍କ ବଲିଉଡ଼ରେ ଡ଼େବ୍ୟୁ କରିବା କଥା ବେଶ୍ ଚର୍ଚ୍ଚାରେ ରହିଛି । ଏକ ମିଡ଼ିଆ ରିପୋର୍ଟ ଅନୁସାରେ ଏହି ପିଲ୍ମରେ ବବଲିଙ୍କ ଭୂମିକାରେ ମାନୁଷିଙ୍କୁ ନେବା ପାଇଁ ବିଚାର କରାଯାଉଛି । ମାନୁଷି ଏହା ପୂର୍ବରୁ ଏକ ଆଡ଼୍ ରେ   ମଧ୍ୟ କାମ କରିସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ବବଲି ଭୂମିକାରେ କୌଣସି ଅଭିନେତ୍ରୀଙ୍କ ନାମ ନିଦ୍ଧାରଣ କରାଯାଇ ନାହିଁ ।

ଫିଲ୍ମରେ ବଣ୍ଟି ଭୂମିକା ତୁଲାଉଥିବା ଅଭିଷେକ ବଚ୍ଚନଙ୍କ ଜାଗାରେ ଏଥର ସିଦ୍ଧାର୍ଥ ଚର୍ତୁବେଦି ନଜରକୁ ଆସିବେ । ସିଦ୍ଧାର୍ଥ ଫିଲ୍ମ ‘ଗଲି ବୟ’ ରେ ରଣବୀରଙ୍କ ବନ୍ଧୁ ଭୂମିକାରେ ନଜର ଆସିଥିଲେ । ଯାହାଙ୍କୁ ଦର୍ଶକମାନେ ବେଶ୍ ପସନ୍ଦ କରିଥିଲେ । ସିଦ୍ଧାର୍ଥ ବଣ୍ଟିଙ୍କ ଭୂମିକାରେ ଅଭିନୟ କରିବା ପାଇଁ ସାଇନ୍ କରିସାରିଛନ୍ତି । କେବଳ ଦେଖିବାକୁ ବାକି ଅଛି ସିଦ୍ଧାର୍ଥ ଏହି ଫିଲ୍ମରେ କିପରି ଠକ ହୋଇପାରୁଛନ୍ତି ।

ଏହି ସିକ୍ୱେଲଟି ପ୍ରଥମ ଠାରୁ ବେଶ୍ ଅଧିକ ଦମଦାର ହେବାକୁ ଯାଉଛି କାହାିଁକିନା ଏହି ଫିଲ୍ମରେ ଦୁଇ ଜଣ ବଣ୍ଟି ଏବଂ ଦୁଇ ଜଣ ବବଲିଙ୍କୁ ଦେଖିବାକୁ ମିଳିବ । ପ୍ରଥମ ଯୋଡ଼ି ପୁରୁଣା ବଣ୍ଟି – ବବଲି ମାନେ ରାଣୀ ମୁ୍ାର୍ଜୀ ଏବଂ ଅଭିଷେକ ବଚ୍ଚନ ନଜର ଆସିବା ସହ ଦ୍ୱୀତୀୟ ରେ ନୂଆ କଳାକାର ନଜର ଆସିବେ । ପୋଲିସ୍ ଭୂମିକାରେ ନଜର ଆସିଥିବା ଅମିତାଭ ବଚ୍ଚନ କିନ୍ତୁ ଏହି ସିକ୍ୱେଲରେ ନଜର ଆସିବେ ନାହିଁ ।

By amfnews

Related Post